ଗ୍ରାମୀଣ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ:

ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ୧,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ପାଇଁ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଓ ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନ୍ ପକ୍ଷରୁ ମାଗଣା କୋଚିଂ କାର୍ଯ୍ୟକ୍ରମର ଶୁଭାରମ୍ଭ।ପାରାଦୀପ, ନଭେମ୍ବର ୯: ସାମାଜିକ ବିକାଶ କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଓ JSW ଫାଉଣ୍ଡେସନ୍। ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଏହି ତିନୋଟି ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ଓ ସୁଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନଭେମ୍ବର ୯ ତାରିଖରେ ଢିଙ୍କିଆ ସ୍ଥିତ କପ୍ତେଶ୍ୱର ବିଦ୍ୟାପୀଠଠାରେ ମାଗଣା ହାଇସ୍କୁଲ୍ କୋଚିଂ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍‌ର ସଭାପତି ଶ୍ରୀ ଅନିଲ କୁମାର ସିଂହଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିନବ ପଦକ୍ଷେପ ଆଖପାଖ ଅଞ୍ଚଳର ଶିଶୁ ଓ କିଶୋର କିଶୋରୀଙ୍କ ପାଇଁ ଗୁଣାତ୍ମକ ଶିକ୍ଷାର ସୁଯୋଗ ବୃଦ୍ଧି କରିବା ସହ ସମାବେଶୀ ବିକାଶ ପ୍ରତି ସଂସ୍ଥାଦ୍ୱୟର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।ଏହି କାର୍ଯ୍ୟକ୍ରମ ଅଧୀନରେ ତିନୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ସରକାରୀ ହାଇସ୍କୁଲ୍‌ରେ ଅଧ୍ୟୟନରତ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମାଗଣାରେ ଶିକ୍ଷାଦାନ ଓ କୋଚିଂ ସୁବିଧା ପାଇପାରିବେ। ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ବିଷୟଭିତ୍ତିକ ଶିକ୍ଷାଦାନ ଓ ମାର୍ଗଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷାଗତ ଦକ୍ଷତା ବୃଦ୍ଧି, ବିଭିନ୍ନ ବିଷୟରେ ଉତ୍ତମ ବୁଝାମଣା ଏବଂ ବିଦ୍ୟାଳୟ ଓ ବୋର୍ଡ ପରୀକ୍ଷା ପାଇଁ ଉପଯୁକ୍ତ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହାଦ୍ୱାରା ପରିବାର ଉପରେ କୌଣସି ଆର୍ଥିକ ବୋଝ ନ ପକାଇ ପିଲାମାନେ ଅତିରିକ୍ତ ଶିକ୍ଷାଗତ ସହାୟତା ପାଇପାରିବେ।ଅଞ୍ଚଳର ଅନେକ ପରିବାର ଦୀର୍ଘଦିନ ଧରି ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ନିଜ ପିଲାମାନଙ୍କୁ ଅତିରିକ୍ତ ଶିକ୍ଷାଦାନ ଓ କୋଚିଂ ସୁବିଧା ଯୋଗାଇଦେବାକୁ ଅଭିଭାବକମାନେ ଇଚ୍ଛା କରୁଥିଲେ ମଧ୍ୟ ଘରୋଇ ଟ୍ୟୁସନ୍‌ର ଅଧିକ ଖର୍ଚ୍ଚ ବହନ କରିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନଥିଲା। ଫଳରେ ଅନେକ ମେଧାବୀ ଛାତ୍ରଛାତ୍ରୀ ଆବଶ୍ୟକ ଅତିରିକ୍ତ ମାର୍ଗଦର୍ଶନରୁ ବଞ୍ଚିତ ହେଉଥିଲେ।ଏହି ମାଗଣା କୋଚିଂ କାର୍ଯ୍ୟକ୍ରମ ଆରମ୍ଭ ହେବା ଫଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ପିଲାମାନେ ମଧ୍ୟ ଅଭିଜ୍ଞ ଶିକ୍ଷକଙ୍କଠାରୁ ଉତ୍ତମ ଶିକ୍ଷାଦାନ ଓ ଅତିରିକ୍ତ ଶିକ୍ଷାଗତ ସହାୟତା ପାଇପାରିବେ। ଏହି ପଦକ୍ଷେପକୁ ସ୍ଥାନୀୟ ଅଭିଭାବକମାନେ ଭୂୟସୀ ପ୍ରଶଂସା କରିବା ସହ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍‌ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଅନେକ ଅଭିଭାବକ କହିଛନ୍ତି ଯେ ସେମାନେ ନିଜ ପିଲାମାନଙ୍କୁ ଅତିରିକ୍ତ କୋଚିଂ ଦେବାକୁ ଚାହୁଁଥିଲେ ମଧ୍ୟ ଆର୍ଥିକ ଅସ୍ୱଚ୍ଛଳତା ଯୋଗୁଁ ତାହା କରିପାରୁନଥିଲେ। ଏବେ ଏହି ସୁଯୋଗ ମିଳିବା ଦ୍ୱାରା ସେମାନଙ୍କ ପିଲାମାନେ ଭଲ ଶିକ୍ଷା ପାଇବା ସହ ବୋର୍ଡ ପରୀକ୍ଷାରେ ଉତ୍ତମ ନମ୍ବର ରଖିବାରେ ସଫଳ ହେବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଓ ଉଚ୍ଚଶିକ୍ଷା ତଥା ନିଯୁକ୍ତି କ୍ଷେତ୍ରରେ ସହାୟତା ପ୍ରଦାନ କରିବା ଦିଗରେ ଏହା JSWର ଦ୍ୱିତୀୟ ଶିକ୍ଷାମୂଳକ ପଦକ୍ଷେପ। ଏହା ପୂର୍ବରୁ ନୂଆଗାଁଠାରେ JSW ପକ୍ଷରୁ ଆରମ୍ଭ ହୋଇଥିବା ଅଭିନବ ‘ସମର୍ଥ ୟୁଥ୍ ଡେଭଲପମେଣ୍ଟ ସେଣ୍ଟର’ ତିନୋଟି ଗ୍ରାମ ପଞ୍ଚାୟତର ଶତାଧିକ ଯୁବକଯୁବତୀଙ୍କୁ ମାର୍ଗଦର୍ଶନ ଓ ପ୍ରଶିକ୍ଷଣ ଯୋଗାଇ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଜ ନିଜ କ୍ୟାରିୟର ଗଢ଼ିବାରେ ସହାୟତା କରିଆସୁଛି।ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଜେ. ସୋନାଲ, ଆଇଏଏସ୍ଙ୍କ କରକମଳରେ ମୁଖ୍ୟ ଅତିଥି ଭାବେ ସମ୍ପନ୍ନ ହୋଇଥିଲା। ଏହି ଉତ୍ସବରେ ଜଗତସିଂହପୁର ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଆଇପିଏସ୍ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲାଇ, ଆଇଏଏସ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା, ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ କେଶବ ମେହେର, ଏରସମା ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ବଳଦେବ ବେହେରା, ଓଏଏସ୍; JSW ଉତ୍କଳ ଷ୍ଟିଲ୍, ପାରାଦୀପର ଉପସଭାପତି ଶ୍ରୀ ମନୋଜ କୁମାର ସିଂହ, ସହଯୋଗୀ ଉପସଭାପତି ଶ୍ରୀ ମିତ୍ରଭାନୁ ଚୌଧୁରୀ ଏବଂ JSW ଫାଉଣ୍ଡେସନ୍, ପାରାଦୀପର CSR ମୁଖ୍ୟ ଶ୍ରୀ ଅଭିଜିତ ମହାନ୍ତି ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଜିଲ୍ଲାପାଳ ଓ ଅନ୍ୟ ବିଶିଷ୍ଟ ଅତିଥିମାନେ ଏହି ଅଭିନବ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ବିକାଶରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମହତ୍ତ୍ୱ ଓ ସମାଜ ଗଠନରେ ଏହାର ଭୂମିକା ସମ୍ପର୍କରେ ବୁଝାଇବା ସହ ବଡ଼ ସ୍ୱପ୍ନ ଦେଖିବା ଏବଂ ନିଜ ନିଜ କ୍ୟାରିୟରରେ ସଫଳତା ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ଦିଗରେ JSW ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିନବ ବିକାଶମୂଳକ କାର୍ଯ୍ୟକ୍ରମ ଓ ପଦକ୍ଷେପଗୁଡ଼ିକୁ ମଧ୍ୟ ଅତିଥିମାନେ ପ୍ରଶଂସା କରିଥିଲେ।ଏହି ପଦକ୍ଷେପ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗ୍ରାମୀଣ ଭିତ୍ତିଭୂମିର ବିକାଶ ମାଧ୍ୟମରେ ସାମଗ୍ରିକ ସମାଜ ଗଠନ ପାଇଁ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍‌ର ନିରନ୍ତର ପ୍ରୟାସରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ିଛି। ଯୁବପିଢ଼ିଙ୍କ ଶିକ୍ଷାଗତ ଆକାଂକ୍ଷାରେ ନିବେଶ କରି ସେମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ଏକ ସୁଦୃଢ଼ ମୂଳଦୁଆ ସ୍ଥାପନ କରିବା ହେଉଛି ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ।ଏହି କାର୍ଯ୍ୟକ୍ରମରେ ଢିଙ୍କିଆ ର ପୂର୍ବତନ ସରପଞ୍ଚ ଶ୍ରୀ ଶିଶିର ମହାପାତ୍ର, ଶ୍ରୀ ଅକ୍ଷୟ ବେହେରା, ଶ୍ରୀ ପ୍ରଶାନ୍ତ ଲେଙ୍କା, ଶ୍ରୀ ବିବେକ ସ୍ୱାଇଁ, ଶ୍ରୀ ଭ୍ରମ୍ବର ସେଠୀ, ଶ୍ରୀ ସୁରେଶ ଦାଶ, ଶ୍ରୀ ସ୍ମୃତି ମନ୍ତ୍ରୀ ଏବଂ ଗଡ଼କୁଜଙ୍ଗର ପୂର୍ବତନ ସରପଞ୍ଚ ଶ୍ରୀ ସମ୍ପଦ ବାରିକଙ୍କ ସମେତ ବହୁ ସ୍ଥାନୀୟ ନେତୃବୃନ୍ଦ, ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପୁନର୍ବାର ନିଜର ଏହି ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଯେ, ଆର୍ଥିକ ଅସ୍ୱଚ୍ଛଳତା ଯେପରି କୌଣସି ଶିଶୁର ଶିକ୍ଷାଗତ ବିକାଶ ଓ ଭବିଷ୍ୟତର ସ୍ୱପ୍ନ ପୂରଣରେ ବାଧକ ନ ସାଜେ।

Leave a Reply

Your email address will not be published. Required fields are marked *