ଦୀପାବଳିରେ ରୋଡ଼ କ୍ରାଇମ୍ ଅପରାଧୀଙ୍କ ଉପରେ ଚଢ଼ାଉ

ଦୀପାବଳିରେ ରୋଡ଼ କ୍ରାଇମ୍ ଅପରାଧୀଙ୍କ ଉପରେ ଚଢ଼ାଉ : ଆକ୍ରମଣ ଏବଂ ଦାଦାବଟି ମାମଲାରେ ୨ ଅଭିଯୁକ୍ତ ଗିରଫ*ପୁରୀ ଟାଉନ ଥାନା ପୋଲିସ ପକ୍ଷରୁ ୨ ଭିନ୍ନ ଭିନ୍ନ ଫୌଜଦାରୀ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ଆପତ୍ତି ଜନକ ସାମଗ୍ରୀ ଜବତ କରାଯାଇଛି ।*୧. ମରିଚକୋଟ୍ ଛକ ନିକଟରେ ଲେବର କୁ ଆକ୍ରମଣ ମାମଲା:*(କେସ ନମ୍ବର -୭୬୪/୨୦୨୬)ଗତକାଲି ଖରାବେଳେ ମରିଚକୋଟ୍ ଛକ ନିକଟରେ ଗଜପତି ଜିଲ୍ଲାର ଅଢବା ଅଞ୍ଚଳରୁ ଆସି ପୁରୀ ରେ ଲେବର କାମ କରୁଥିବା ସୀମାଞ୍ଚଳ ନାୟକ(୪୪) ନାମକ ଜଣେ ଲେବର କୁ ଜଗନ୍ନାଥ ବସ୍ତିର ମନୁ @ ମନୋଜ ବେହେରା (୨୯) ନାମକ ଜଣେ ନିଶାସକ୍ତ ବ୍ୟକ୍ତି ୫୦୦/- ଟଙ୍କା ବଟି ମାଗି ଆକ୍ରମଣ କରିଥିଲା । ଯାହା ଫଳରେ ଉକ୍ତ ଲେବରଙ୍କର ମୁହଁ ଫାଟି ଯାଇଥିଲା । ଖବର ପାଇ ଟାଉନଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ସ୍ଵୀକାର ହୋଇଥିବା ବ୍ୟକ୍ତିକୁ ଡ଼ାକ୍ତରୀ ଚିକିତ୍ସା କରାଇବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲ।।

୨. ଲୋକନାଥ ରୋଡ଼ ରେ ପଇଡ଼ ବିକାଳୀକୁ ଆକ୍ରମଣ ମାମଲା:* ( କେସ୍ ନମ୍ବର -୭୬୬/୨୬)ଆଜି ଦିନ ସମୟ ପ୍ରାୟ ଘ.୧୧.୩୦ମି. ବେଳେ ଲୋକନାଥ ରୋଡ଼ ର ଷଣ୍ଢ ଛକ ନିକଟରେ ଥାନପତି ନଗର ଅଞ୍ଚଳର ଧୃବ ଚରଣ ସାହୁ (୭୪) ନାମକ ଜଣେ ବ୍ୟକ୍ତି ପଇଡ଼ ବିକୁଥିବା ବେଳେ ଉକ୍ତ ଅଞ୍ଚଳର ପ୍ରଭାକର ମହାନ୍ତି (୩୫) ନାମକ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ତାଙ୍କର ପଇଡ଼ ଜବରଦସ୍ତ ନେବାକୁ ଉଦ୍ୟମ କରିଥିଲା । ଆସାମୀ ର ଏପରି କାର୍ଯ୍ୟ କୁ ସେ ବିରୋଧ କରିବାରୁ ଉକ୍ତ ଆସାମୀ ତାଙ୍କୁ ଅଶ୍ଳିଳ ଭାଷା ରେ ଗାଳି ଗୁଲଜ କରିବା ସହ ମାରିଦେବା ର ଧମକ ଦେଇଥିଲା। ପରେ ପଇଡ଼ ବିକାଳୀର ପଇଡ଼ କଟା କଟୁରୀ ଆଣି, ଆସାମୀ ତାଙ୍କୁ ଆକ୍ରମଣ କରିଥିଲା, ଯାହା ଫଳରେ ଉକ୍ତ ପଇଡ଼ ବିକାଳୀଙ୍କର ବାମ ହାତର ବିଶି ଆଙ୍ଗୁଠି ରେ କ୍ଷତ ସୃଷ୍ଟି ହୋଇ ରକ୍ତ ବାହାରିଥିଲା । ଖବର ପାଇ ଟାଉନଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣରେ ସ୍ଵୀକାର ହୋଇଥିବା ପଇଡ଼ ବିକାଳୀଙ୍କର ଡ଼ାକ୍ତରୀ ଚିକିତ୍ସା କରାଇବା ସହ ଅଭିଯୁକ୍ତକୁ ଗିରଫ କରିଥିଲା।ଉଭୟ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଏସ୍.ଡି.ଜେ.ଏମ୍. ପୁରୀ ଙ୍କ କୋର୍ଟକୁ ଚାଲାଣ କରାଯାଇଥିଲା । ମାତ୍ର ସେମାନେ ଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ପୁରୀ ଜିଲ୍ଲା କାରାଗାର କୁ ପଠାଇ ଦିଆଯାଇଛି । ଉଭୟ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି।

Leave a Reply

Your email address will not be published. Required fields are marked *