ପୁଣି ସମୁଦ୍ରରେ ଅଘଟଣ

ପୁଣି ସମୁଦ୍ରରେ ଅଘଟଣ l ସମୁଦ୍ରରେ ସ୍ନାନ କରିବା ସମୟରେ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଦୁଇଜଣ ମୃତ ପର୍ଯ୍ୟଟକ ହେଉଛନ୍ତି ୨୮ ବର୍ଷୀୟ ଚୁତ୍ରା ରାମ ଓ ପଦ୍ମ ରାମ।ସୂଚନା ମୁତାବକ ରାଜସ୍ତାନ ବରମର ଜିଲ୍ଲାରୁ ୪ଜଣ ସାଙ୍ଗ ଆଜି ସେକ୍ଟର ୪ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ସ୍ନାନ କରୁଥିବା ସମୟରେ ରିପ କରେଣ୍ଟରେ ପଡି ବୁଡ଼ିଯାଇଥିଲେ l ଲାଇଫଗାର୍ଡ ମାନେ ଦେଖି ୩ଜଣଙ୍କୁ ଉଦ୍ଧାର କରିଥିବେଳେ ଜଣେ ନିଖୋଜ ରହିଥିଲା l ଉଦ୍ଧାର ହୋଇଥିବା ୩ଜଣ ପର୍ଯ୍ୟଟକ ମଧ୍ୟରୁ ଚୁତ୍ରା ରାମ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ସେପଟେ ଦୀର୍ଘସମୟ ଖୋଜାଖୋଜି ପରେ ନିଖୋଜ ପଦ୍ମ ରାମଙ୍କ ମୃତ ଶରୀର ମିଳିଛି। ସମସ୍ତ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି

Leave a Reply

Your email address will not be published. Required fields are marked *