ଲୋଟସ ରିସର୍ଟ ରେ ବଡ଼ବଡ଼ିଆ ଡାକିଲେ ପର୍ଯ୍ୟଟକ
କୋଣାର୍କ – ପବିତ୍ର ଦୀପାବଳି ଅବସରରେ କାମତ୍ ଗ୍ରୁପ୍ ଅଫ୍ ହୋଟେଲ ଲୋଟସ୍ ରିସୋର୍ଟ ପକ୍ଷରୁ କର୍ମଚାରୀ ମାନେ ଚନ୍ଦ୍ରଭାଗା ଠାରୁ ବାହାରି ମେରାଇନ ଡ୍ରାଇଭ୍ ରୋଡ ପରିକ୍ରମା କରି ‘ଆତସବାଜିକୁ ନା’ ବାର୍ତ୍ତା ର ନାରା ଦେଇ ପ୍ରଦର୍ଶନ ଫଳକ ଧରି ଏକ ଶାନ୍ତି ତଥା ସୌହାର୍ଦ୍ଦ୍ୟପୂର୍ଣ୍ଣ ଦୀପାବଳି ପାଳନ କରିବାକୁ ସମସ୍ତ ବିଶ୍ୱବାସୀଙ୍କୁ ନିବେଦନ କରିଥିଲେ l ସନ୍ଧ୍ୟା ବେଳେ ରିସର୍ଟ ରେ ସମସ୍ତ କର୍ମଚାରୀ ଦେଶୀ ଓ ବିଦେଶୀ ଅତିଥି ମାନଙ୍କ ସହ ଓଡ଼ିଆ ଗ୍ରାମ୍ୟ ପାରମ୍ପରିକ ରୀତିରେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିଥିଲେ । ଏହି କାର୍ଯ୍ୟକର୍ମ କୁ ଅତିଥି ମାନେ ଭୂରିଭୂରି ପ୍ରଶଂସା କରିଥିଲେ । କାମତ୍ ହୋଟେଲସ ର ସିଏମଡ଼ି ଡ଼ଃ ଭିଠଲ ଇନ୍ଦିରା ଭେଙ୍କଟେଶ କାମତ୍ ହୋଟେଲ ବ୍ୟବସାୟ ସହିତ ସଦା ସର୍ବଦା ସବୁଜ ବିପ୍ଳବ କ୍ଷେତ୍ରରେ ସାରା ଭାରତରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି l ତାଙ୍କର ସୁପୁତ୍ର କାମତ୍ ହୋଟେଲସର ଇଡ଼ି ବିଶାଲ ଭେଙ୍କଟେଶ କାମତ୍ ମଧ୍ୟ ତାଙ୍କର ଏହି ବିପ୍ଳବ କୁ ଆଗେଇ ନେଇ ଆଧୁନିକ ସମାଜକୁ ପରିବେଶ ସୁରକ୍ଷା ଦିଗରେ ପ୍ରେରଣା ଯୋଗାଇ ଦେଇଛନ୍ତି l ତାଙ୍କର ଭାରତର ସମସ୍ତ ହୋଟେଲରେ ସବୁଜ ବିପ୍ଳବ ଓ ସ୍ୱଚ୍ଛତା କୁ ଅଧିକ ଗୁରୁତ୍ୱ ଦେଇ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି l ଏହି କାର୍ଯ୍ୟକ୍ରମକୁ କାମତ୍ ହୋଟେଲସର ଆର. ଜି. ଏମ. ଭାରତ ଭୂଷଣ ବିଶ୍ୱାଳ ଓ ଲୋଟସ୍ ରିସୋର୍ଟର ଗ୍ରୀନ ଟିମର ସମସ୍ତ କର୍ମଚାରୀ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ l
