ଟିକିତାରାର ୨୦୨ତମଦେଖିଲେଖ ପ୍ରତିଯୋଗିତା

ପୁରୀ: ୦୯/୧୧: କମାଶାସନ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପୁରୀ ସଦରରେ ୪ର୍ଥ ଶ୍ରେଣୀରୁ ୭ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟିକିତାରା ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ପକ୍ଷରୁ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଚତୁର୍ଥ ଶ୍ରେଣୀର ମନୀଷା ପ୍ରିୟଦର୍ଶିନୀ ସ୍ୱାଇଁ, ଆଲିସା ପ୍ରଧାନ ଓ ଦୀପିକା ପ୍ରଧାନ, ପଞ୍ଚମ ଶ୍ରେଣୀର ପ୍ରତିଷା ପ୍ରଧାନ, ଲିପ୍ସା ପ୍ରିୟଦର୍ଶିନୀ ସାହୁ ଓ ଅଙ୍କିତା ବେହେରା ଷଷ୍ଠ ଶ୍ରେଣୀର ପ୍ରିୟାଶ୍ରୀ ପ୍ରଧାନ, ସାଇ ସ୍ମିତା ରାଉତ ଓ ଭାଗ୍ୟଶ୍ରୀ ସ୍ୱାଇଁ, ସପ୍ତମ ଶ୍ରେଣୀର ଗଣେଶ କୁମାର ପରିଡ଼ା, ସାଇଶ୍ଳୋକ ମହାରଣା ଓ ପ୍ରିତି ପ୍ରିୟଦର୍ଶିନୀ ମହାରଣା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ପଣ୍ଡାଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଶିବ ନାରାୟଣ ଭଟ୍ଟ ଏବଂ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଷମା ପରିଡ଼ା ପରିଚାଳନା କରିଥିଲେ। ସଂପାଦକ ବିପିନ ବିହାରୀ ଦଳାଇ, ମୁଖ୍ୟ ଅତିଥି ଅଜୟ କୁମାର ପଣ୍ଡା ପିଲାମାନଙ୍କୁ ଲେଖିବା ଶୈଳୀ ବିଷୟରେ ବୁଝାଇଥିଲେ।।

Leave a Reply

Your email address will not be published. Required fields are marked *