ଭତ୍ତା_ପାଇଁ_ଅପେକ୍ଷା_କରିବାକୁ_ପଡ଼ିବନି

ଭତ୍ତା_ପାଇଁ_ଅପେକ୍ଷା_କରିବାକୁ_ପଡ଼ିବନି: ମୁଖ୍ୟମନ୍ତ୍ରୀ -ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ-ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ-ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ-ଗତ ସରକାର ସମୟରେ ଏହାକୁ ବନ୍ଦ କରାଯାଇଥିଲା-ଗତ ସରକାର ଜିଲ୍ଲାମାନଙ୍କ ପାଇଁ କୋଟା ବ୍ୟବସ୍ଥା କରିଥିଲେ-ଫଳରେ ଯୋଗ୍ୟ ହିତାଧିକାରୀ ହୋଇ ବି ଅପେକ୍ଷା କରି ରହିଥିଲେ-ଭ୍ୟାକେନ୍ସି ହେଲେ ଯାଇ ସେମାନଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା ଥିଲା-ଗୋଟିଏ ପଦ ଖାଲି ହେଲେ ଜଣଙ୍କୁ ସେହି ତାଲିକାରେ ଯୋଡ଼ା ଯାଉଥିଲା-ଆମ ସରକାର ଏପରି ଏକ ଅମାନବୀୟ ବ୍ୟବସ୍ଥା ଦୂର ପାଇଁ ନିଷ୍ପତ୍ତି ନେଲା-ଜଣଙ୍କୁ ମରଣକୁ ଆଉ ଜଣେ ଅପେକ୍ଷା କରି ରହିବା ଅମାନବୀୟ ବ୍ୟବସ୍ଥା ଥିଲା-ଆଜି ଠାରୁ ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ-ଏହା ଆମ ସରକାରଙ୍କ ପାଇଁ ଏହା ଐତିହାସିକ ନିଷ୍ପତ୍ତି- ମୁଖ୍ୟମନ୍ତ୍ରୀ-ପୂର୍ବରୁ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଭତ୍ତା ପାଉଥିଲେ-ଆଜି ଏହି ସଂଖ୍ୟା ବଢ଼ି ୪୧ ଲକ୍ଷ ୮୦ ହଜାର ୮୨୫ରେ ପହଞ୍ଚିଛି-ଏଥିସହ ଭତ୍ତା ପାଇବା ପାଇଁ ଅନଲାଇନ୍‌ରେ ବ୍ୟବସ୍ଥା କରାଯାଇଛି-ଆଜିଠାରୁ UPMP ପୋର୍ଟାଲରେ ଆବେଦନ କରି ସୁବିଧା ପାଇବେ-ଘରର କେହି ଲୋକ ବି ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ l

Leave a Reply

Your email address will not be published. Required fields are marked *