୪ ଦିନିଆ ଓଡ଼ିଶା ଗସ୍ତରେ ଆସିଲେ ତୋତରୀ ସରକାରଙ୍କ ୬୦ ପ୍ରତିନିଧି ମଣ୍ଡଳୀ ବିମାନ ବନ୍ଦରରେ ସ୍ୱାଗତ ଜଣାଇଲେ ଇଣ୍ଡିଆ-ଜାପାନ ଫ୍ରେଣ୍ଡ୍ ଶିପ ସେଣ୍ଟର୍
ପୁରୀ: ଜାପାନ ତୋତରୀ ସରକାରଙ୍କ ଏକ ୬୦ ଜଣିଆ ପ୍ରତିନିଧିମଣ୍ଡଳୀ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ବିଳମ୍ବିତ ରାତିରେ ଭୁବ ନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜା ତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଇଣ୍ଡିଆ- ଜାପାନ ଫ୍ରେଣ୍ଡ୍ ଶିପ ସେଣ୍ଟର୍ ସଭାପତି ଶ୍ରୀମନ୍ତ କୁମାର ଦାଶ ଓ ସଦସ୍ୟ ପ୍ରତିନିଧି ମଣ୍ଡଳୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି ଅବସ ରରେ ସଭାପତି ଶ୍ରୀ ଦାଶ କୁହନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତ ସମୟରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା, ଭାରତର ପ୍ରତ୍ୟେକ ରାଜ୍ୟକୁ ଜାପାନର ପ୍ରତ୍ୟେକ ରାଜ୍ଯ ସହ ସିଷ୍ଟର ସିଟି ରୂପେ ଯୋଡ଼ିଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବା ସହ କଳା, ଶିକ୍ଷା, ସଂଶୁତି, ବାଣିଜ୍ଯ ଓ ପଯ୍ୟଟନର ବିକାଶ ହେବା ସହ ଭାରତ ବର୍ଷର ଲୋକବଳ ଓ ଜାପାନର ଅତ୍ୟାଧୁନିକ ଜ୍ଞାନକୌଶଳର ମିଳିତ ଉଦ୍ୟମରେ ଦୁଇ ଦେଶର ଆର୍ଥିକ ମାନଦଣ୍ଡ ଅଧିକ ସୁଦୃଢ଼ ହୋଇପାରିବ ବୋଲି ପ୍ରଧାନ ମନ୍ତ୍ରୀ ଯେଉ ସ୍ଵପ୍ନ ଦେଖିଥିଲେ ତଥା ଆଜି ସତ ହେବାକୁ ଯାଉଛି। ତୋତରୀ ସରକାରଙ୍କର ବାଣିଜ୍ଯ ପରାମର୍ଶଦାତା କୁନା ଦାଶଙ୍କ ଅକ୍ଲାନ୍ତ ଉଦ୍ୟମରେ ଆଜି ତାହା ସଫଳ ରୂପାୟନ ହୋଇପାରିଛି।

ରୋଟାରୀରୁ ଆସିଥିବା ୬୦ ପ୍ରତିନିଧୀ ମଣ୍ଡଳୀ ଓ କୁନା ଦାଶ ୯ ରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡିଶାରେ ରହିବେ। ୧୧ ତାରିଖରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତୋତରୀ ରାଜ୍ୟପାଳ ସିଞ୍ଜି ହିରାଇଙ୍କ ଉପସ୍ଥିତିରେ ସିଷ୍ଟର ସିଟି ଚୁକ୍ତିପତ୍ର ସ୍ୱାକ୍ଷରିତ ହେବା ସହ ମୁଖ୍ୟ ମନ୍ତ୍ରୀ ରାତ୍ର ଭୋଜନରେ ଅତିଥି ମାନଙ୍କୁ ଆପ୍ୟାୟିତ କରିବେ । ୧୨ ରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରତିନିଧି ମଣ୍ଡଳୀଙ୍କୁ ଓଡିଶାର ସ୍ୱର୍ଣ୍ଣ ତ୍ରିଭୂଜ ( ପୁରୀ, କୋଣାର୍କ , ଭୁବନେଶ୍ୱର) ର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଭ୍ରମଣ କରିବାର ବ୍ୟବସ୍ଥା ରହିଛି। ତତ୍ ସହିତ ପୁରୀ ଗସ୍ତ ସମୟରେ ପୁରୀ କୋଣାର୍କ ରୋଡରେ ଅବସ୍ଥିତ ଚନ୍ଦ୍ରଶେଖର ଏକା ଡେମୀରେ ପ୍ରତିନିଧି ମଣ୍ଡଳୀର କେତେ ଜଣ ସଦସ୍ୟ ବିଦ୍ୟାଳୟ ପରିଷରରେ ଛାତ୍ରଛାତ୍ରୀ ମାନଙ୍କୁ ଜାପାନ କଳା ସଂଶୁକ୍ତି ର ଏକ ଝଲକ ଦେଖିଇବାର ବ୍ୟବସ୍ଥା ରହିଛି। ପରେ ପରେ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ଜାପାନ ଫେରିଯିବେ। ଏହି ଉପଲକ୍ଷେ ପୁରୀ ଜିଲ୍ଲା ପ୍ରଶାସନ, ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟା ଓ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିବା ସହ ଶ୍ରୀ ଦାଶ ଅନ୍ତରରୁ କୃତଜ୍ଞତା ଜଣାଇଛନ୍ତି।
