ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର ଜେ.ଏମ୍.ଏଫ୍.ସି. କୋର୍ଟ, ସତ୍ୟବାଦୀଙ୍କୁ ଚାଲାଣ କରାଯାଇଛି

ସତ୍ୟବାଦୀ ଥାନା କେସ୍ ନଂ. ୪୪୫, ତା. ୨୪.୧୧.୨୦୨୬, ଦଫା – ୧୦୩(୧) ବି.ଏନ୍.ଏସ୍.*ଅଭିଯୋଗକାରୀ* :- ବିଜୟ କୁମାର ବିଶ୍ୱାଳ (୬୨), ପିତା- ବୃନ୍ଦାବନ ବିଶ୍ୱାଳ, ଗ୍ରାମ- ଉଆଁସଡିହ, କାଞ୍ଜିଆ, ଥାନା- ସତ୍ୟବାଦୀ, ଜିଲ୍ଲା- ପୁରୀ*ତଦନ୍ତକାରୀ ଅଧିକାରୀ* :- ଦିଲ୍ଲୀପ କୁମାର ପଣ୍ଡା, ସବ୍-ଇନ୍ସପେକ୍ଟର, ସତ୍ୟବାଦୀ ଥାନା*ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତଙ୍କ ନାମ* :-(୧) ଶ୍ରୀତମ କୁମାର ଭଞ୍ଜ (୨୬), ପିତା- ଦେବେନ୍ଦ୍ର କୁମାର ଭଞ୍ଜ, ଗ୍ରାମ- ତିହିଡ଼ିବୋଡ଼କ, ଭଞ୍ଜସାହି, ଥାନା- ତିହିଡ଼ି, ଜିଲ୍ଲା- ଭଦ୍ରକ*ମାମଲାର ସଂକ୍ଷିପ୍ତ ବିବରଣୀ* :-ଗତ ତା. ୨୪.୧୧.୨୦୨୬ରିଖ ସନ୍ଧ୍ୟା ୭.୩୦ ଘଟିକା ସମୟରେ ଅଭିଯୋଗକାରୀ ବିଜୟ କୁମାର ବିଶ୍ୱାଳଙ୍କ ପୁତୁରା ଜିତେନ୍ଦ୍ର ଗୌଡ଼ କାଞ୍ଜିଆ ଛକ ସ୍ଥିତ ରମେଶ ଗୌଡ଼ଙ୍କ ଦୋକାନ ନିକଟରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ଶ୍ରୀତମ କୁମାର ଭଞ୍ଜ ହଠାତ୍ ସେଠାରେ ପହଞ୍ଚି ଉତ୍ତେଜିତ ହୋଇ ତାଙ୍କ ସହ ଝଗଡ଼ା ଓ ଠେଲାପେଲା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତ ଏକ କାଚ ବୋତଲରେ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରିବାରୁ ଜିତେନ୍ଦ୍ରଙ୍କ ବାମ କାନରେ ଗଭୀର ଆଘାତ ଲାଗିଥିଲା ଏବଂ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଜିତେନ୍ଦ୍ରଙ୍କୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ରାତି ୧୧.୨୦ ଘଟିକାରେ ଥାନାରେ ଅଭିଯୋଗ ହେବା ପରେ ଆଜି ତା. ୨୫.୧୧.୨୦୨୬ରିଖ ଦିନ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର ଜେ.ଏମ୍.ଏଫ୍.ସି. କୋର୍ଟ, ସତ୍ୟବାଦୀଙ୍କୁ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *