ବେଆଇନ ଡ୍ରୋନ୍ ଉଡ଼ାଣ ଉଦ୍ୟମ ବେଳେ ଡ୍ରୋନ୍ ଜବତ
ବେଆଇନ ଡ୍ରୋନ୍ ଉଡ଼ାଣ ଉଦ୍ୟମ ବେଳେ ଡ୍ରୋନ୍ ଜବତ, ଦୁଇ ଅଟକଆଜି ସନ୍ଧ୍ୟା ପ୍ରାୟ ୯ଟା ସମୟରେ ପୁରୀର ବଡ଼ଦାଣ୍ଡସ୍ଥିତ ବଗଳା ଧର୍ମଶାଳା ନିକଟରୁ ଉଡ଼ାଣ ଆରମ୍ଭ କରିଥିବା ଏକ ଡ୍ରୋନ୍କୁ ମରିଚିକୋଟ ଛକ ନିକଟରେ ପୁଲିସ ଟିମ୍ ଅଟକାଇ ଜବତ କରିଛି। ଶ୍ରୀମନ୍ଦିର ଆଡ଼କୁ ଭିଡିଓ ଚିତ୍ର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଡ୍ରୋନ୍ଟି ଆଗକୁ ଅଗ୍ରସର ହେଉଥିବା ସମୟରେ ପୁଲିସ ଏହାକୁ ଅଟକାଇଥିଲା।ଏହି ଘଟଣାରେ ଡ୍ରୋନ୍ ଚଳାଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ଏବଂ ଡ୍ରୋନ୍ଟିକୁ ଜବତ କରାଯାଇଛି। ଘଟଣାରେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।ପୁରୀ ପୋଲିସ୍ l
