ସ୍ବଚ୍ଛତା ହି ସେବା ବାର୍ତା ନେଇ କୋଣାର୍କ NAC ପକ୍ଷରୁ ସାଇକେଲେ ଶୋଭାଯାତ୍ରା
କୋଣାର୍କ NAC ପକ୍ଷରୁ ସୋମବାର ସକାଳେ ସ୍ବଚ୍ଛତା ହି ସେବା ବାର୍ତା ନେଇ ସାଇକେଲେ ଶୋଭାଯାତ୍ରା,ଗଣଦୈଡ ଓ ବେଳାଭୂମି ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏଥିରେ କୋଣାର୍କ NAC ର ସମସ୍ତ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ସଫେଇ କର୍ମଚାରୀ ଯୋଗ ଦେଇଥିଲେ।ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଅଳିଆ ଆବର୍ଜନା ଜାଗାକୁ ସଫାସୁତୁରା କରିବା ସହ ପରିସ୍କାର ପରିଚ୍ଛନ୍ନ କରୁଥିବା ବେଳେ ଡେଙ୍ଗୁ, ମେଲେରିଆ,ଝାଡା ବାନ୍ତିରୁ ରକ୍ଷା ପାଇ ସୁସ୍ଥ ରହିବା ପାଇଁ ସଚେତନ ବାର୍ତ୍ତା ଦେଇଥିବା ବେଳେ ସପତ ପାଠ କରିଥିଲେ। ସରସ ସୁନ୍ଦର କୋଣାର୍କ ଅଞ୍ଚଳ ରଖିବା ସହ ବେଳାଭୂମିକୁ ସଫା ରଖିବା ଆମର କାମ। କୋଣାର୍କ NAC ନିର୍ବାହୀ ଅଧିକାରୀ ଶୋତପଦ୍ମା ଧଳ ସମେତ NAC ଅଧକ୍ଷ୍ୟା ସଞ୍ଜୁନ୍ତା ତ୍ରୀପାଠି, ଉପାଧ୍ୟକ୍ଷ ସୁରେଶ୍ ଚନ୍ଦ୍ର ରାଉତରାୟ ହାତରେ ଝାଡୁ ଧରୀ ସଫେଇ କରିବା ସହ ସମସ୍ତ ଛାତ୍ରଛାତ୍ରୀ ଓ ସ୍ୱଚ୍ଛ ସାଥି ମାନଙ୍କୁ ସପଥ ପାଠ କରାଇଥିଲେ। ଏହି ସାଇକେଲେ ଶୋଭାଯାତ୍ରା ଓ ଗଣଦୌଡ କୋଣାର୍କ NAC କଲ୍ୟାଣି ମଣ୍ଡପ ଠାରୁ ବାହାରି ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯାଇଥିବା ବେଳେ ସେଠାରେ ବେଳାଭୁମି ସଫେଇ କରାଯାଇଛି।

ଛାତ୍ରଛାତ୍ରୀ କହିବା କଥା ବେଳାଭୂମି ସଫା ରଖିଲେ ସାମୂଦ୍ରୀକ ଜୀବ ସୁରକ୍ଷା ପାଇବା ସହ ଅଧିକରୁ ଅଧିକ ପର୍ଯ୍ୟଟକ ମାନଙ୍କର ଆଗମନ ହେବ। ଖାଲି ସେତିକି ନୁହେଁ। ଓଡିଶାର ଆର୍ଥିକସ୍ଥିତି ବଢିବା ସହ ବେକାରୀ ମଧ୍ୟ ଦୁର ହେବ। ସେପଟେ କୋଣାର୍କ NAC ଅଧିକାରୀ ଶୋତପଦ୍ମା ଧଳ କୁହନ୍ତି। କୋଣାର୍କ ବୁଲି ଆସୁଥିବା ପର୍ଯ୍ୟଟକମାନେ କୋଣାର୍କ ବୁଲିବା ବେଳେ ପରିସ୍କାର ପରିଚ୍ଛନ୍ନତା ଦେଖି ସୁନ୍ଦର ବାର୍ତ୍ତା ନେବା ସହ ବିଭିନ୍ନ ଡେଙ୍ଗୁ, ମେଲେରିଆ, ଝାଡାବାନ୍ତି ରୋଗରୁ କୋଣାର୍କ ବାସିନ୍ଦା ରକ୍ଷା ପାଇପାରିବେ। ସେଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।
