ଗଞ୍ଜାମ ଜିଲା ସମୂହ ଯୋଗାସନ ଓ କବାଡି ପ୍ରତିଯୋଗିତା ଉଦଘାଟିତ

ବ୍ରହ୍ମପୁର :-୧୯/୯,( ) ସାନଖେମୁଣ୍ଡି ବ୍ଲକ୍ ସଦର ପାଟପୁର ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଗଞ୍ଜାମ ଜିଲ୍ଲା ବିଦ୍ୟାଳୟର ସମୂହ କବାଡି ଓ ଯୋଗାସନ ପ୍ରତିଯୋଗିତା ମହାସମାରୋହରେ ଉଦଘାଟିତ ହୋଇଯାଇଛି । ଜିଲା ଶିକ୍ଷା କାର୍ଯ୍ୟାଳୟ ବ୍ରହ୍ମପୁର ଶୌଜନ୍ୟରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଭବ୍ୟ ସମ୍ବର୍ଦ୍ଧନା ଗ୍ରହଣ ପୂର୍ବକ ଉଦଘାଟନ କରି ପ୍ରତିଯୋଗୀ , ଶିକ୍ଷକ କର୍ମଚାରୀ ଏବଂ ଯୁବଗୋଷ୍ଠୀ ସମୂହଙ୍କୁ ଉତ୍ସାହିତ କରିଛନ୍ତି।ସାନଖେମୁଣ୍ଡି ଗୋଷ୍ଠି ଶିକ୍ଷାଧିକାରୀ ଲିଙ୍ଗରାଜ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବ ସମାରୋହରେ ଜିଲା ଶିକ୍ଷାଧିକାରୀ ସୁ ଶ୍ରୀ ଅମିତା ପଟ୍ଟନାୟକ ପୌରହିତ୍ୟ କରିଥିଲେ । ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାରମିଶ୍ର ,ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କ ସହ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଚରଣ ପାତ୍ର ସରପଂଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧିକାରୀ ସମୂହ ମଞ୍ଚାଷିନ ରହିଥିଲେ ।
ମଞ୍ଚ ସ୍ଥାପିତ ଓଡ଼ିଆ ଅସ୍ମିତାର ପ୍ରତୀକ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଅତିଥି ସମୂହ ପୁଷ୍ପମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।
ଅତିଥି ସମୂହ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଯୋଗୀଙ୍କ ଉଦ୍ଧେଶ୍ୟରେ ନିଜନିଜ ସାରଗର୍ଭକ ଅଭିବ୍ୟକ୍ତିର ଆଧାରରେ ଶିକ୍ଷାର୍ଥୀଙ୍କ କ୍ରୀଡା ଓ ଯୋଗ ଶିକ୍ଷା ଭରି ରହିଥିବା ମାନଯୋଗକୁ ତାରିଫ କରିଥିଲେ । ଏହା ସହ ଶାରୀରିକ ସୁଷ୍ଠତା ପାଇଁ ଯୋଗର ଉପାଦେୟତା ନେଇ ଅନୁପ୍ରାଣିତ କରିଥିଲେ ।
ବ୍ଲକ୍ ବିଦ୍ୟାଳୟ ସମୂହ କ୍ରୀଡା ସଂସଦ ଆୟୋଜିତ ଏହି ପ୍ରତିଯୋଗିତା ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଜିଲ୍ଲାର ୨୨ ଗୋଟି ବ୍ଲକରେ ଆୟୋଜିତ କବାଡି ଓ ଯୋଗ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ସମୂହ ଅଂଶ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *