ଶ୍ରୀମନ୍ଦିର ରେ ପଞ୍ଚମୀରୁ ମହାପ୍ରଭୁଙ୍କ ମହାଜ୍ଵର ରୁ ଉପଶମ ପାଇଁ ଆୟୁର୍ବେଦ ଉପଚାର
ଅନବସର ପଞ୍ଚମୀ ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାଜ୍ଵରରୁ ଉପଶମ ପାଇଁ ଆରମ୍ଭ ହୋଇଛି ଆୟୁର୍ବେଦ ଉପଚାର। ଦୁଇ ଦିନ ଧରି ପାଚନ, ତା ପରେ ଶ୍ରୀଅଙ୍ଗ ଘସା ମୋଡା ପରେ ଶ୍ରୀଅଙ୍ଗ ଫିଟା ପରେ ହେବ ଫୁଲୁରୀ ଲାଗି। ଆଉ ଏହିଭଳି ପର୍ଯ୍ୟୟକ୍ରମେ ଅଣସରରେ ଆୟୁର୍ବେଦ ଉପଚାରରେ ସୁସ୍ଥ ହେବେ ମହାବାହୁ। ଜ୍ୱରର ଉପଚାର ପାଇଁ ଆବଶ୍ୟକ ହୋଇଥାଏ “ଫୁଲୁରି ତେଲ’ ଓ “ଦଶମୂଳ ମୋଦକ’ । ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ଦିଆଯାଇଥିବା ଫୁଲୁରି ତେଲ ଶ୍ରୀ ବିଗ୍ରହଙ୍କ ଶ୍ରୀଅଙ୍ଗରେ ଘସାଯିବ । ଏହାଦ୍ୱାରା ମହାପ୍ରଭୁଙ୍କୁ ଜ୍ୱର ଛାଡି ଯାଏ ବୋଲି କୁହାଯାଏ । ଆଷାଢ଼ କୃଷ୍ଣ ପଞ୍ଚମୀ ବା “ଅଣସର ପଞ୍ଚମୀ’ ଦିନ ରୁ ଆଷାଢ଼ କୃଷ୍ଣ ସପ୍ତମୀ ମଧ୍ୟରେ ଏହି ନୀତି ହୋଇଥାଏ ।

ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ l ବର୍ଷେ ପୂର୍ବରୁ ହେରାପଞ୍ଚମୀ ତିଥିରେ ତିନୋଟି ତିନି ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ l ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ, ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଅଦିକୁ ମିଶାଇ ଏକ ବର୍ଷ ପର୍ଯ୍ୟନ୍ତ ମାଟି ତଳେ ପୋତା ହୋଇ ରଖାଯାଇଥାଏ l ଯାହାକୁ ଫୁଲୁରୀ ତେଲ ବୋଲି କୁହାଯାଇଥାଏ l ଆୟୁର୍ବେଦ ଶାସ୍ତ୍ର ମୁତାବକ ଏ ସମ୍ପସ୍ତ ଫୁଲ ଓ ବେଣା ଚେରରେ ରହି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି ଦେବ। ଏହି ତେଳ ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବେ। ତେଣୁ ଏହାପରେ ଓସ୍ୱ, ଦଶମୂଳ, ଖଳି, ଘଣା ଆଦି ଆୟୁର୍ବେଦରେ ସୁସ୍ଥ ହୁଅନ୍ତି ମହାପ୍ରଭୁ l
