ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ଡିଜି ଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ସେପଟେ ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ସୁପରଚାଳନା ଓ ଭିଡ ନିୟନ୍ତ୍ରଣ ପାଇଁ ପୋଲିସ ଡିଜିଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମୀକ୍ଷା ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱଇ.ବି.ଖୁରାନିଆ। ଡିଜି କହିଛନ୍ତି ଅତରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଯାତ୍ରାର ପୋଲିସ ଆରେଞ୍ଜମେଣ୍ଟ ଦାୟିତ୍ବରେ ରହିବେ। ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ହୋଇଛି। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରା ପାଇଁ ସମୁଦାୟ ୨୦୦ରୁ ଉର୍ଦ୍ଧ୍ବ ପ୍ଲାଟୁନ ପୋଲିସ ଫୋର୍ସ ବା ୧୨୦୦୦ ସୁରକ୍ଷାକର୍ମୀ ପୁରୀରେ ମୁତୟନ ରହିବେ। ୨୦୦ରୁ ଉର୍ଦ୍ଧ୍ବ ଓଏସଏପି,ଆଇଆର୍ ବାଟାଲିୟନ ଫୋର୍ସ ସହ ଓଆର କନେଷ୍ଟବଳ, ଟ୍ରାଫିକ କନେଷ୍ଟବଳ, ଏପିଆର୍ କନେଷ୍ଟବଳ ମୁତୟନ ଓ ୩୦୦୦ ପାଖାପାଖି ହୋମଗାର୍ଡ ମୁତୟନ ହେବେ। ୧୦ କମ୍ପାନୀ ସିଏପିଏଫ୍ ମୁତୟନ ରହିବ ଯୋଉଥିରେ ରାପିଡ୍ ଆକ୍ସନ ଫୋର୍ସ,ବିଏସଏଫ୍,ସିଆରପିଏଫ ମୁତୟନ ରହିବେ। ପ୍ରବଳ ବର୍ଷା ଚଳିତ ରଥଯାତ୍ରା ପାଇଁ ବଡ ଚ୍ୟାଲେଞ୍ଜ ରହିବ। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ,, ଭିଡ ନିୟନ୍ତ୍ରଣ ପାଇଁ ଆଜି ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବିସ୍ତୃତ ସମୀକ୍ଷା କରାଯାଇଛି। ଓଡିଶା ପୋଲିସର ପୋର୍ଟାଲ,,ଟ୍ରାଫିକ ପାଇଁ ଆଡଭାଇଜାରି ମାନି ଭକ୍ତମାନେ ପୁରୀ ଆସିବେ।
