ବି. ଜେ. ପି. ପକ୍ଷରୁ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ

ଭଞ୍ଜନଗର :ଭାରତୀୟ ଜନତା ପାର୍ଟି ତରଫରୁ ମୁଜାଗଡ଼ ଠାରେ ମୁଜାଗଡ଼ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି! ଆଖି ଆଗରେ 2024 ନିର୍ବାଚନ ଥିବା ବେଳେ ପ୍ରାୟ ସମସ୍ତ ସ୍ଥାନରେ ନିର୍ବାଚନ ବିଗୁଲ ବାଜି ସାରିଲାଣି। ବି ଜେ ପି ପକ୍ଷରୁ 7 ଟି ପଞ୍ଚାୟତର କର୍ମକର୍ତ୍ତକୁ ନେଇ ମୁଜାଗଡ଼ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି! ଏଥିରେ ଆଗାମୀ ନିର୍ବାଚନରେ କିଭଳି ପତ୍ୟେକ ପଂଚାୟତ ରେ ଦକ୍ଷତା ର ସହ ଆଧିପତ୍ୟ ବିସ୍ତାର କରି ତୃଣ ମୂଳ ସ୍ତରରୁ ପଙ୍ଖାନୁପାଖ ଆଲୋଚନା କରାଯାଇଥିଲା! ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ସ୍ଥାନୀୟ ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକ, ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର, ସନ୍ତୋଷ ପାଳ, ସନ୍ତୋଷ ତିଆଡ଼ି, ଯୁବ ମୋର୍ଚା ସଭାପତି ଶିବ ଶଙ୍କର ପ୍ରଧାନ,ନୀଳ ମାଧବ ପାତ୍ର ବିନାୟକ ତ୍ରିପାଠୀ, ସୁବାଷ ପ୍ରଧାନ,ଜିଲ୍ଲା ଉପସଭାପତି ରଞ୍ଜନ ରାଉତ ଉପସ୍ଥିତ ଥିଲେ! ସଭା ଶେଷରେ ମୁଜାଗଡ଼ ମଣ୍ଡଳ ସଭାପତି ଧୋବା ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- ଶିବ ଶଙ୍କର ପ୍ରଧାନ, ଭଞ୍ଜନଗର।

Leave a Reply

Your email address will not be published. Required fields are marked *