ବାହାନଗା ଟ୍ରେନ ଟ୍ରାଜେଡି : ଭୁବନେଶ୍ୱର ଏମ୍ସରେ ରହିଛି ୮୨ଟି ମୃତଦେହ, ଚିହ୍ନଟ ପ୍ରକ୍ରିୟା ଜାରି

ଭୁବନେଶ୍ବର : ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଜଣ ଯାତ୍ରୀଙ୍କ ମଧ୍ୟରୁ ଭୁବନେଶ୍ୱରକୁ ୧୯୩ଟି ମୃତଦେହ ଅଣାଯାଇଥିଲା। ୧୧୧ଟି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆହୁରି ୮୨ଟି ମୃତଦେହ ଭୁବନେଶ୍ବର ଏମ୍‌ସରେ ରହିଛି।

ମୃତଦେହଗୁଡିକୁ ସ୍ୱତନ୍ତ୍ର କଣ୍ଟେନରରେ ରଖାଯାଇଛି। ୮୨ଟି ମୃତଦେହ ମଧ୍ୟରୁ ଅଧିକାଂଶ ଚିହ୍ନଟ ହୋଇପାରିନାହିଁ । ଆଉ କିଛି ମୃତଦେହ ପାଇଁ ଏକାଧିକ ଦାବିଦାର ରହିଥିବାରୁ ସେଗୁଡିକ ହସ୍ତାନ୍ତର ହୋଇପାରିନି। ଏହି ସ୍ଥିତିରେ ମୃତଦେହଗୁଡ଼ିକର ଡିଏନ୍‌ଏ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଭୁବନେଶ୍ୱର ଏମ୍‌ସରେ ୮୨ଟି ମୃତଦେହଗୁଡିକର ଳ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଯେଉଁମାନେ ମୃତଦେହ ନେବା ପାଇଁ ଆସୁଛନ୍ତି ସେମାନେ ସଠିକ ଦାବିଦାର ନା ନୁହନ୍ତି ଜାଣିବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକର ଅଧିକାରୀମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରାଯାଉଛି ବୋଲି କୁଲାଙ୍ଗେ କହିଛନ୍ତି।

Leave a Reply

Your email address will not be published. Required fields are marked *