ବେଳାଭୂମି ଯଜ୍ଞ ମହୋତ୍ସବ ଉଦଯାପିତ

ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ଜାହାନିଆଁ ସମୁଦ୍ର ବେଳାଭୂମିରେ ପ୍ରତିଷ୍ଠିତ  ବାବା ଗଙ୍ଗେଶ୍ଵରଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦ୍ଵିଦିବସୀ଼ୟ ବିଶ୍ଵ ସ୍ତରୀୟ ମହା ଯଜ୍ଞୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ମନ୍ଦିର ପରିଚାଳକ ଶଙ୍କର ବାବାଙ୍କ ସ୍ବପ୍ନାଦେଶକୁ ଆଧାର କରି ୨୦୧୮ ମସିହାରୂ ଆୟୋଜିତ ଏକ ଦିବସୀୟ ବିଶ୍ଵ ଶାନ୍ତି ମହାଯଜ୍ଞ ଚଳିତ ବର୍ଷ ଠାରୁ ଦୁଇ ଦିନଧରି ପବିତ୍ରତା ମଧ୍ୟରେ ପାଳନ କରାଯାଉଛି।ମାସ ସାରା କାର୍ତ୍ତିକ ବ୍ରତ  ପାଳନ କରି ପୂର୍ଣ୍ଣିମା ତିଥିରେ ଏ ଅଞ୍ଚଳ, ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁ ସନ୍ଥ ସର୍ବଧର୍ମ ସମନ୍ବୟର ମିଳନ ସ୍ଥଳୀ ଜାହାନିଆଁ ନିକଟସ୍ଥ ବାବା ଗଙ୍ଗେଶ୍ଵର ପୀଠ ସମୁଦ୍ରରେ ବୋଇତ ବନ୍ଦାଣ କରି ସମୁଦ୍ର ସ୍ନାନସାରି, ଯଜ୍ଞୋତ୍ସବରେ ସାମିଲ ହୋଇ, ଯଜ୍ଞ ଅନ୍ତେ ଚରୁ ଅନ୍ନ ପ୍ରସାଦ ପାଇ କାୟୋମନ ବାକ୍ୟରେ ଗୃହକୁ ଫେରୁଥିବା ଅଞ୍ଚଳର ବିଶିଷ୍ଟ ସମାଜସେବୀ ସୁଦର୍ଶନ ସ୍ବାଇଁ ପ୍ରକାଶ କରିଛନ୍ତି। ବେଳାଭୂମି ଯଜ୍ଞ ମହୋତ୍ସବ ସମିତି ସଭ୍ୟ ବୈଜ୍ଞାନିକ ଶଙ୍କର ପ୍ରସାଦ ଜେନା,ଇଂ ଚିନ୍ମୟ ପ୍ରକାଶ ଦାସ ,ଅବସରପ୍ରାପ୍ତ ସେନା ଅଧିକାରୀ ଅଶୋକ ଜେନା, ସମାଜସେବୀ ଅରୁଣ ବିଶ୍ଵାଳ, କୈଳାସ ନାୟକ, ବିଶ୍ବହିନ୍ଦୁ ପରିଷଦ ଅସ୍ତରଙ୍ଗଶାଖା ସମ୍ପାଦକ ନରେଶ ପତି, ପଣ୍ଡିତ  କାଳନ୍ଦୀ ଛାଟୋଇଙ୍କ ମିଳିତ ସହଯୋଗରେ ୧୫/୧୬ ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଓ ପ୍ରସାଦ ସେବନ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଥିଲା। ଦୁଇଦିନ ଧରି ଯଜ୍ଞ ଓ ପ୍ରବଚନରେ ଅତିଥି ଭାବେ ଭାରତୀୟ କିଷାନ ସଂଘର ଅଖିଳ ଭାରତୀୟ ସମ୍ପାଦକ ମୋହିନୀ ମୋହନ ମିଶ୍ର, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ପ୍ରସନ୍ନ ମିଶ୍ର, ପୂର୍ବତନ ଜିଲ୍ଲାପାଳ ସୁଦର୍ଶନ ନାୟକ,ଭି, ଏତ, ପି ରାଜ୍ୟ ସାଧାରଣ ସମ୍ପାଦକ ପଣ୍ଡିତ ମହେଶ ସାହୁ,ଲେଖକ ଜଗବନ୍ଧୁ ମିଶ୍ର ପ୍ରମୁଖ ଯୋଗ ଦେଇ ଉତ୍ସବକୁ ସରସ ସୁନ୍ଦର କରିଥିଲେ।

Leave a Reply

Your email address will not be published. Required fields are marked *