ବଙ୍ଗୀୟ ନବବର୍ଷ ଉପଲକ୍ଷେ ଉତ୍ସବ ମୁଖର ଦୁର୍ଗାବାଡି

ବଙ୍ଗୀୟ ନବବର୍ଷ ଉପଲକ୍ଷେ ଉତ୍ସବ ମୁଖର ଦୁର୍ଗାବାଡି ପୁରୀ,15ଏପ୍ରିଲ -ଦୁର୍ଗାବାଡ଼ୀ ପ୍ରାଙ୍ଗଣରେ ଦୁର୍ଗାବାଡ଼ୀର ସଭ୍ଯା ଏବଂ ସଭ୍ୟମାନଙ୍କ ଦ୍ବାରା ବଙ୍ଗଳା ନବବର୍ଷ 1431 ପାଳନ କରାଯାଇଛି। ନବବର୍ଷ ବରଣର ଏହି ଅନୁଷ୍ଠାନରେ ସମିତିର ଉପ-ସଭାପତି ଦେବାଦ୍ରୀ ଭୁଷଣ ବ୍ଯାନାର୍ଜ୍ଜୀ ଅଧ୍ଯକ୍ଷତା କରିଥିଲେ| ସମିତିର ସାଧାରଣ ସମ୍ପାଦକ ସୁଦୀପ କୁମାର ଚ୍ଯାଟାର୍ଜ୍ଜୀ ସଭା ପରିଚାଳନା କରିଥିଲେ |

ଭୁବନେଶ୍ବରର ସ୍ବନାମଧନ୍ଯ ଶଲ୍ୟଚିକିତ୍ସକ ତଥା ସମାଜସେବୀ ଓ ସଂସ୍କୃତିବିଦ୍ ଡାକ୍ତର ସଜଲେନ୍ଦ ମାଲାକାର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କର ଏଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ଦୁର୍ଗାବାଡ଼ୀ ସମିତି ତରଫରୁ ତାଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ସ୍ବରୂପ ତାଙ୍କୁ ମହାପ୍ରଭୁଙ୍କର ଲାଗି ଖଣ୍ଡୁଆ ଏବଂ ଏକ ମେମେଣ୍ଟୋ ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ‘ଦି ବେଲ୍’ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କୁ ମଧ୍ଯ ସମ୍ମାନିତ କରାଯାଇ ଥିଲା।ଏହି ଅବସରରେ ଅଞ୍ଜନା ବ୍ଯାନାର୍ଜ୍ଜୀ ଓ ସମିତିର ସାଂସ୍କୃତିକ ସମ୍ପାଦିକା ସ୍ନିଗ୍ଧା ଚକ୍ରବର୍ତ୍ତୀଙ୍କ ପରିଚାଳନାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |ଏହି କାର୍ଯ୍ୟକ୍ରମରେ କୋଲକାତାର ସ୍ବନାମଧନ୍ଯ ବାଚିକା ଶିଳ୍ପୀ ତନୟା ରାୟ ନନ୍ଦନ ଏବଂ ଗାୟିକା ଶ ମୃଣ୍ମୟୀ ସାହା ଓ ଗୌରୀ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗଦାନ କରିଥିଲେ। ଉପରୋକ୍ତ କଳାକାର ମାନଙ୍କ ସହ ଆଜିର ଏହି ଅନୁଷ୍ଠାନରେ ଗୀତ ଗାୟନ କରିଥିଲେ ସ୍ବାତୀ ମଣ୍ଡଳ, ପବିତ୍ର ମଣ୍ଡଳ, ସାଗରିକା ହାଲଦାର, ଦିପାନ୍ବିତା ହାଲଦାର, ଦେବାଶିଷ କୁମାର ମୁଖାର୍ଜୀ, ଉମା ଗୁହ,ବନ୍ଦନା ବ୍ଯାନାର୍ଜ୍ଜୀ, ମୃନ୍ମୟୀ ଦେ , ସୁଶାନ୍ତ ଚ୍ଯାଟାର୍ଜ୍ଜୀ, ପ୍ରଣବେଶ ଅଧିକାରୀ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ | ସେମାନଙ୍କୁ ବାଦ୍ଯ ଯନ୍ତ୍ରରେ ସହଯୋଗିତା କରିଥିଲେ ବିଜୟ ମହାପାତ୍ର ( ହାରମୋନିୟମ ), ଅନିଲ ଦାସ ( ତବଲା ) , ହରିଶ୍ଚନ୍ଦ୍ର ଦାସ ( ବେହେଲା), ଲକ୍ଷ୍ମୀଧର ମଲ୍ଲିକ ( ବଂଶୀ)। ସ୍ନିଗ୍ଧା ଚକ୍ରବର୍ତ୍ତୀ ଓ ହେନା ବର୍ଦ୍ଧନ କବିତା ଆବୃତ୍ତି କରିଥିଲେ।ଦେବାଞ୍ଜନା କୁମାର, ଐଶର୍ଯ୍ଯା ଭଟ୍ଟାଚାର୍ଯ୍ୟ, ଆବିରା ଦେ, ସୁପ୍ରଭା ଅଧିକାରୀ, ତନୟା ଘୋଷାଲ, ଅନୁଷ୍କା ବାଲା, ପ୍ରକୃତି ବାଲା, ଶ୍ରେଅୟା ଭଟ୍ଟାଚାର୍ଯ୍ୟ, ସମୃଦ୍ଧି ବ୍ଯାନାର୍ଜ୍ଜୀ, ଶିବାଙ୍ଗୀ ବ୍ଯାନାର୍ଜ୍ଜୀ, ପ୍ରତ୍ଯାଶା ପାଟଶାଣି ପ୍ରମୁଖ ନୃତ୍ଯ ପରିବେଷଣ କରିଥିଲେ।ସର୍ବଶେଷରେ ସମିତିର ସାଧାରଣ ସମ୍ପାଦକ ସୁଦୀପ କୁମାର ଚ୍ଯାଟାର୍ଜ୍ଜୀ ଧନ୍ୟବାଦ ଅର୍ପଣ ସହ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ଅନୁଷ୍ଠାନ ତରଫରୁ ମେମେଣ୍ଟୋ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *