ପବିତ୍ର ଭାଗବତ ଜନ୍ମୋତ୍ସବ

ଜୟ ଜଗନ୍ନାଥ ପବିତ୍ର ଭାଗବତ ଜନ୍ମୋତ୍ସବ ଚକ୍ରତୀର୍ଥ ଚାରଣ ଶାଖା ତରଫରୁ ପେଣ୍ଠକଟା ର ଡେଲଟା କଲୋନୀ ର ମା ମଙ୍ଗଳା ମନ୍ଦିର ରେ ପାଳିତ ହୋଇଅଛି l ଉକ୍ତ କାର୍ଯ୍ୟକ୍ରମରେ ଚକ୍ରତୀର୍ଥ ଚାରଣ ଶାଖା ର ସମସ୍ତ ଭାଇ ଏଵଂ ମା ମାନେ ଯୋଗ ଦେଇଥିଲେ l ସମୂହ ଭାବରେ ବିଷ୍ଣୁ ସହସ୍ର ନାମ ସମ୍ପୁଟ୍ ଭାଗବତ ଗୀତା ର ୧୫ ଅଧ୍ୟାୟ ପାଠ ହନୁମାନ ଚାଳିଶା ପାଠ ସହିତ ଭାଗବତ ପାଠ ଶେଷ କରାଯାଇ ପୁନଶ୍ଚ ଭାଗବତ ପାଠ ଆରମ୍ଭ କରିବା ସହ ସମସ୍ତେ ଭାଗବତ ପାଠ ପ୍ରତିଦିନ କରିବା ପାଇଁ ସଂକଳ୍ପ କରାଯାଇଥିଲା l ଚାରଣ ଗୋଷ୍ଠି ର କେନ୍ଦ୍ରୀୟ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା ପ୍ରଭୁ ଜଗନ୍ନାଥ ଯେପରି ଭାଗବତ ପାଠ ପରେ ଭୋଗ ଗ୍ରହଣ କରନ୍ତି, ଆମେ ସମସ୍ତେ ଓଡ଼ିଆ ପ୍ରଭୂ ଜଗନ୍ନାଥ ଦେଶର ହୋଇଥିବାରୁ ନିତ୍ୟ ସନ୍ଧ୍ୟାରେ ଭାଗବତ ପାଠ ପରେ ଭୋଜନ କରିବା ଉଚିତ ହେବ l ଏହା ତାଙ୍କ ବକ୍ତବ୍ୟ ରେ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ l ଚାରଣ ପ୍ରବକ୍ତା ଦୁର୍ଯୋଧନ ପ୍ରଧାନ ଭାଇ ଜଗନ୍ନାଥ ଦାସ ତାଙ୍କ ମାଆ ଙ୍କ ପାଇଁ ସଂସ୍କୃତ ଭଗବତ କୁ ଓଡିଆରେ ଅନୁବାଦ କରି ସେ କେବଳ ତାଙ୍କ ନିଜ ମାଆ ପାଇଁ ନୁହେଁ ବରଂ ସମସ୍ତ ଓଡ଼ିଆ ବାସି ଙ୍କ ହୃଦୟରେ ଚିର ଅମର ହୋଇଯାଇଛନ୍ତି l ଏହା ଆମ ଓଡ଼ିଆ ବାସୀଙ୍କର ଗୌରବ ସେ ତାଙ୍କ ବକ୍ତବ୍ୟରେ କହିଥିଲେ l ସେ ସମସ୍ତଙ୍କୁ ପ୍ରତିଦିନ ଭାଗବତ ପାଠ କରିବା ପାଇଁ ପ୍ରେରଣା ଦେଇଥିଲେ l ଭାଗବତ ପରମ ଶାସ୍ତ୍ର, ଏଥିରେ ମନୁଷ୍ୟର ସାମାଜିକ, ବ୍ୟକ୍ତିଗତ ଏଵଂ ପାରମାର୍ଥିକ ସମାଧାନ ହୋଇ ପାରିବ ବୋଲି ସମସ୍ତଙ୍କୁ ଅବଗତ କରାଇ ଥିଲେ l ଉକ୍ତ କାର୍ଯ୍ୟରେ ଚକ୍ରତୀର୍ଥ ଚାରଣ ଶାଖା ର ଦଳପତି ବ୍ରହ୍ମା ନନ୍ଦ ସ୍ୱାଇଁ, ମଣ୍ଡଳ ସଂଗଠକ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ସଂଗଠକ ଲକ୍ଷ୍ମୀଧର ପ୍ରଧାନ, ଯୁବ ସହଯୋଗୀ ଶ୍ରୀନାଥ ପଟ୍ଟନାୟକ, ପ୍ରିୟବ୍ରତ ଦାସ,ବରିଷ୍ଠ ଉପଦେଷ୍ଟା ବଟକୃଷ୍ଣ ସାହୁ, ଫକିର ଗୋଚ୍ଛାୟତ, କେନ୍ଦ୍ରୀୟ କୋଷାଧ୍ୟକ୍ଷ ଓ ମାଟି ତୋଟା ଚାରଣ ଶାଖାର ଦଳପତି ବିପିନୀ ବିହାରୀ ତ୍ରିପାଠୀ ଓ ପ୍ରିୟପତ୍ର ପତ୍ରିକା ସମ୍ପାଦକ ବିପିନି ବିହାରି ଦଳାଇ ଭାଇ, ମାଆ ମଙ୍ଗଳା ମନ୍ଦିର ପୂଜକ ରାଧାକାନ୍ତ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ l ଏଥି ସହିତ ଚକ୍ରତୀର୍ଥ ଚାରଣ ଶାଖା ର ସମସ୍ତ ମା ଓ ସମସ୍ତ ଭାଇ ମାନଙ୍କ ସହଯୋଗ ରେ କାର୍ଯକ୍ରମ ଶେଷ ହୋଇଥିଲା

Leave a Reply

Your email address will not be published. Required fields are marked *