ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ଦିବସ

ରବିବାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ ତମ ଶ୍ରାଦ୍ଧ ଦିବସ ।ଏହି ଉପଲକ୍ଷେ ପୁରୀ ବିଜୁ ଜନତା ଦଳ ତରଫରୁ ସିଂହଦ୍ଵାର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ନଗର ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ସମେତ ସେବାୟତ ,ବିଜେଡିର କର୍ମୀ ଓ ନେତୃବୃନ୍ଦ ଯୋଗଦେଇ ବିଜୁ ବାବୁ ଅମର ରହେ ନାରା ଦେଇଥିଲେ ।ସେପଟେ ଏହା ପରେ ମେଡିକାଲ ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିବା ବେଳେ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ମଧ୍ୟ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *