ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ବିଜେପି ପକ୍ଷରୁ ଧାରଣା
ପୁରୀ: ୦୮/୦୭/୨୦୨୧:- ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ରାଜ୍ୟ B J P ପକ୍ଷରୁ ରାଜ୍ୟ ବ୍ୟାପୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଦାବିପତ୍ର ପ୍ରଦାନ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା B J P ପକ୍ଷରୁ ବ୍ଲକ୍ ଅଫିସ ସମ୍ମୁଖରେ ଧାରଣା ଦିଆଯିବ ସହ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରାଯାଇଥିଲା। ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଆବାସ ଯୋଜନାରୁ ବାଦ ଦିଆଯାଇ ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଆବାସ ଯୋଜନା କରାଯାଇଥିବାରୁ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଥିଲା। ପୁରୀ ଜିଲ୍ଲା ସଦର ମଣ୍ଡଳ ବିଧାୟକ ଜୟନ୍ତ କୁମାର ସରଙ୍ଗୀଙ୍କ ନେତୃତ୍ୟରେ ଅନେକ B J P ନେତା ଓ କର୍ମୀ ଏହି ଭିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇ ରାଜ୍ୟ ସରକାର ଓ ଜିଲ୍ଲାର ବ୍ଲକ୍ ଅଧିକାରୀଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ଆଗକୁ ଯୋଗ୍ୟ ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସାମିଲ କରାନଗଲେ ଆଗକୁ ଜନ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ B J P ନେତା ମାନେ ପ୍ରକାଶ କରିଥିଲେ।
