ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର

ମେ 1 ତାରିଖ ଓଡ଼ିଶା ଗ୍ରାମୀଣ ବ୍ଯାଙ୍କ ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ନୟାଗଡ଼ ଶାଖା ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଶାଖା ପରିଚାଳକ ଶ୍ରୀଯୁକ୍ତ ଶୀର୍ଷେନ୍ଦୁ କୁମାର ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଦମକଳ କେନ୍ଦ୍ର ନିକଟସ୍ଥ କେମିଷ୍ଟ ଭବନ ପରିସରରେ ଅନୁଷ୍ଠିତ ଏହି ଶିବିରରେ ନୂଆଗାଁ, ମହିପୁର, ବାହାଡ଼ାଝୋଲା ଓ ବାଲୁଗାଁ ଶାଖାର ପରିଚାଳକ ମାନେ ଉପସ୍ଥିତ ରହି ନିଜେ ରକ୍ତଦାନ

କରିଥିଲେ। ଜିଲ୍ଲା କେମିଷ୍ଟ୍ ଆଣ୍ଡ Druggists Association ର ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ଏହି ଶିବିରକୁ ଉଦ୍ଘାଟନ କରିଥିଲେ।ଶାଖାର DDA ପ୍ରଭାତ କୁମାର ନାୟକ, ରାଜେଶ୍ଵର ଆଚାରୀ ଓ ସମାଜ ସେବୀ ପ୍ରହ୍ଲାଦ ସାହୁ, ସୁବାଷ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।ମ୍ୟାନେଜର ଶ୍ରୀଯୁକ୍ତ ଦାଶ ରକ୍ତ ଭଣ୍ଡାରର ଉପସ୍ଥିତ କର୍ମଚାରୀଙ୍କୁ ଶୃଙ୍ଖଳା ପାଇଁ ଧନ୍ୟବାଦ ଦେଇଥିଲେ।ବ୍ୟାଙ୍କ୍ କର୍ମଚାରୀମାନଙ୍କ ଏହି ମହତ୍ କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି।

Leave a Reply

Your email address will not be published. Required fields are marked *