ଗାଡିମୋଟର ଯାଞ୍ଚ ପାଇଁ ବ୍ରହ୍ମପୁର ପୋଲିସ ପିନ୍ଧିବେ ବଡ଼ି କ୍ୟାମେରା

ବ୍ରହ୍ମପୁର:-୦୫/୧୧ ଗାଡି ମୋଟର ଯାଞ୍ଚ ବେଳେ ଏବେ ରାଜଧାନୀ ଭଳି ବଡି କ୍ୟାମେରା ପିନ୍ଧିବେ ବ୍ରହ୍ମପୁର ପୋଲିସ। ମୋଟର ଯାଞ୍ଚ ବେଳେ ଅଧିକାଂଶ ସମୟରେ ପୋଲିସ ଲୋକଙ୍କୁ ଖରାପ ବ୍ୟବହାରର ବାର ବାର ଅଭିଯୋଗ ପରେ ଏଥିରେ ସ୍ୱଛତା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ବ୍ରହ୍ମପୁର ଏସପି ଡ଼ ଶ୍ରବଣା ବିବେକ ଏମ। ପ୍ରାଥମିକ ପର୍ଯ୍ୟାୟରେ ୫ ବଡି କ୍ୟାମେରା ସହରର ଗେଟବଜାର, ଅନ୍ଧପଶରା ରୋଡ଼, ପିଭିଏନରାଓ ପେଟ୍ରୋଲ ପମ୍ପ ଛକ, ଟାଟାବେଞ୍ଜ ଛକ ଓ ଗୋପାଳପୁର ଷଣ୍ଢ ଛକରେ ଟ୍ରାଫିକ ପୋଲିସ ବ୍ୟବହାର କରିବେ ।

ପ୍ରାୟ ୫୦ ହଜାର ବ୍ୟୟ ଅଟକଳରେ ବ୍ୟବହୃତ କ୍ୟାମେରାରେ ୧୨୦ଡିଗ୍ରୀ ଏଙ୍ଗେଲରେ ଭିଡିଓ ରେକର୍ଡିଙ୍ଗ ହେବ। ଏଥିରେ ପ୍ରାୟ ୬ଘଣ୍ଟା ଯାଏଁ ଫୁଟେଜ ରେକର୍ଡ଼ିଂ ପାଇଁ ଚାର୍ଜ ରହିବ। ମୋବାଇଲ ଫୋନର ମେମୋରୀ ଭଳି ଡାଟା ସଂରକ୍ଷଣ ଓ ଆଦାନ ପ୍ରଦାନ ପାଇଁ ମେମୋରୀ ପର୍ଟ ରହିବ। ଆଗାମୀ ଦିନରେ ସହରର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ଏଭଳି ବଡି କ୍ୟାମେରା ସହ ଟ୍ରାଫିକ ଶୃଙ୍ଖଳା ନିୟନ୍ତ୍ରଣ କରିବେ ବୋଲି ଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *