ରାଜନଗର ବ୍ଲକ ସ୍ତରୀୟ ୮୦ ତମ ସ୍ଵlଧୀନତା ଦିବସ ପାଳନ।
ରାଜନଗର ତା୧୫/୮ ରାଜନଗର ବ୍ଲକ ପରିସରରେ ସ୍ୱାଧୀନତା ଦିବସ ଆଡମ୍ବର ସହିତ ପାଳନ କରାଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଦଳମତ ନିର୍ବିଶେଷରେ ଦେଶ ମାତୃକା ସେବାପାଇଁ କହିଥିଲେ।ଏଥିରେ ବ୍ଲକ ଉନ୍ନୟନ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ରାଜନଗର ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ର ଛାତ୍ର ଛାତ୍ରୀମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିଥିଲେ।
