ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବ ଉପକୂଳ ବର୍ତ୍ତୀ ଅଞ୍ଚଳରେ ହେଉଥିବା ବର୍ଷା ଏବଂ ରେଳ ପରିଚାଳନା ସ୍ଥିତିର ସମୀକ୍ଷା

ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବ ଉପକୂଳ ବର୍ତ୍ତୀ ଅଞ୍ଚଳରେ ହେଉଥିବା ବର୍ଷା ଏବଂ ରେଳ ପରିଚାଳନା ସ୍ଥିତିର ସମୀକ୍ଷା କରିଛନ୍ତି। ଜଳବନ୍ଦୀ ପ୍ରବଣ ଅଞ୍ଚଳଗୁଡ଼ିକ ଉପରେ ନଜର ରଖିବା ସହ ଟ୍ରେନ୍ ଚଳାଚଳକୁ ସୁଗମ ଭାବେ ଜାରି ରଖିବା ପାଇଁ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ମନ୍ତ୍ରୀ ଶ୍ରୀ ବୈଷ୍ଣବ ରୂପ୍ସା–ବାରିପଦା–ବାଙ୍ଗିରିପୋଷି ଏବଂ ରାଉରକେଲା–ବଣ୍ଡାମୁଣ୍ଡା ଭଳି ସେକ୍ସନ୍‌ଗୁଡ଼ିକରେ ଅତିରିକ୍ତ ସମ୍ବଳ ନିୟୋଜନ କରି ଟ୍ରେନ୍‌ଗୁଡ଼ିକର ନିରବିଚ୍ଛିନ୍ନ ଏବଂ ନିରାପଦ ଚଳାଚଳ ସୁନିଶ୍ଚିତ କରିବା ଉପରେ ଜୋର ଦେଇଛନ୍ତି।

Leave a Reply

Your email address will not be published. Required fields are marked *