କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି କରିବାକୁ ଘୋଷଣା କଲେ କେନ୍ଦ୍ର ସରକାର । ଯେଉଁ ଯୋଜନାଗୁଡ଼ିକରେ ସୁଧ ହାର ବୃଦ୍ଧି କରାଯାଇଛି, ସିନିୟର ସିଟିଜେନ୍ ସେଭିଂ ସ୍କିମ୍ (ଏସସିଏସଏସ), ସୁକନ୍ୟା ସମୃଦ୍ଧି (ଏସଏସବ୍ବାୟି) ଏବଂ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନଏସସି) ପରି ଯୋଜନା ସାମିଲ। ତେବେ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି ଅର୍ଥାତ୍ ପିପିଏଫ୍ ଉପରେ ସୁଧ ହାର ବୃଦ୍ଧି କରାଯାଇ ନାହିଁ। ଏହି ଯୋଜନାଗୁଡିକର ସୁଧ ହାର ୦.୭୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ସୁଧ ହାର ଏପ୍ରିଲରୁ ଜୁନ୍ ୨୦୨୩ ତ୍ରୈମାସିକ ପାଇଁ ପ୍ରଯୁଜ୍ୟ ହେବ।

ସୁକନ୍ୟା ସମୃଦ୍ଧି ଯୋଜନାରେ ସୁଧ ହାର ବର୍ତ୍ତମାନ ୮ ପ୍ରତିଶତ ମିଳିବ, ଯାହା ପୂର୍ବରୁ ୭.୬ ପ୍ରତିଶତ ଥିଲା । ଏହା ବ୍ୟତୀତ ମାସିକ ଆୟ ଆକାଉଣ୍ଟ ସ୍କିମ୍ ଉପରେ ସୁଧ ହାର ୭.୧ ପ୍ରତିଶତରୁ ୭.୪ ପ୍ରତିଶତକୁ ଏବଂ କିସାନ ବିକାଶ ପତ୍ର ପାଇଁ ୭.୨ ପ୍ରତିଶତରୁ ୭.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥି ସହିତ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ପାଇଁ ସୁଧ ହାର ୮ ପ୍ରତିଶତରୁ ୮.୨ ପ୍ରତିଶତକୁ ବୃଦ୍ଧି କରାଯାଇଛି ।

Leave a Reply

Your email address will not be published. Required fields are marked *