କେନ୍ଦ୍ର ସରକାରଙ୍କ ସ୍ଵଛ ଭାରତ ଯୋଜନା

କେନ୍ଦ୍ର ସରକାରଙ୍କ ସ୍ଵଛ ଭାରତ ଯୋଜନା ଅନ୍ତର୍ଗତ ସ୍ୱଚ୍ଛସାଥି ଓ ସୁପରଭାଇଜରଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବୀଦେଶରେ ସର୍ବନିମ୍ନ ମଜୁରି ମାସିକ ୨୬,୦୦୦ ଟଙ୍କା କେନ୍ଦ୍ର ସରକାର କମ୍ପାନୀ ମାନଙ୍କ ସ୍ଵାର୍ଥରେ ଶ୍ରମିକମାନଙ୍କ ପାଇଁ ରହିଥିବା ୪୪ ଟି ଶ୍ରମ ଆଇନକୁ ଉଚ୍ଛେଦ କରି ଚାରୋଟି ଶ୍ରମ ସଂହିତା ଆଣିବାର ଇତି ମଧ୍ୟରେ ଚାରି ବର୍ଷ ପୁରିଛି । ଏହି ଅବସରରେ ସର୍ବଭାରତୀୟ ଶ୍ରମିକ ସଂଗଠନ, ଆଇଏଫଟିୟୁ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଡାକରାର ପରିପ୍ରେକ୍ଷୀରେ ସଂଗଠନର ରାଜ୍ୟ କମିଟି ତରଫରୁ ଆଜି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଶ୍ରମିକ ଓ କର୍ମଚାରୀମାନଙ୍କ ପ୍ରତିବାଦ ସହ ଶ୍ରମ ସଂହିତାର ନକଲକୁ ପୋଡ଼ାଯାଇଛି I ପୂର୍ବାହ୍ନରେ ଆଇଏଫଟିୟୁ ତରଫରୁ ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନର ଶତାଧିକ କର୍ମୀ ସ୍ଥାନୀୟ କମାପଲ୍ଲୀ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଆରଡିସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ପରେ ସଂଗଠନର ଏକ ପ୍ରତନିଧି ଦଳ ଆରଡିସିଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୨ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥଲେ I ଆଜିର ଏହି ପ୍ରତିବାଦ ସଭାରେ ନିଜର ବକ୍ତବ୍ୟ ରଖି ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ କେନ୍ଦ୍ରରେ ବିଜେପି -ଆରଏସଏସ ସରକାରର ଶ୍ରମିକ ଓ କର୍ମଚାରୀ ବିରୋଧି ନୀତିର ନିନ୍ଦା କରିଥିଲେ । ଗତ ପ୍ରାୟ ନଅ ଦଶକ ଧରି ଦେଶର ଶ୍ରମିକ ଶ୍ରେଣୀର ରକ୍ତକ୍ଷୟୀ ଲଢେଇ ଫଳରେ ମିଳିଥିବା ୪୪ ଟି ଶ୍ରମ ଆଇନକୁ କେନ୍ଦ୍ର ସରକାର ଦେଶୀ ବିଦେଶୀ କର୍ପୋରେଟମାନଙ୍କ ସ୍ଵାର୍ଥରେ ସମାପ୍ତ କରି ଯେଉଁ ୪ଟି ଶ୍ରମ ସଂହିତା ଆଣିଛନ୍ତି ତାହା ଭାରତର ଶ୍ରମିକ ଓ କର୍ମଚାରୀମାନଙ୍କୁ ଅଧିକାରହୀନ କରି ସରକାର ଓ କମ୍ପାନିମାନଙ୍କ ଗୋତି ଶ୍ରମିକରେ ପରିଣତ କରିଦେବ ବୋଲି କହିଥିଲେ । ତେଣୁ ଏଭଳି ଶ୍ରମିକ ବିରୋଧି ଶ୍ରମକୋଡର ତୁରନ୍ତ ପ୍ରତ୍ୟାହାର ଦାବି କରିଥିଲେ I ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀର ହାର ବଜାର ଦର ଅନୁସାରେ ବଢି ନପାରିବା ଦୁର୍ଭାଗ୍ୟଜନକ । ଏପରିକି କେନ୍ଦ୍ର ସରକାରଙ୍କ ସ୍ଵଚ୍ଛଭାରତ ଯୋଜନାରେ ରାଜ୍ୟର ସମସ୍ତ ପୌର ପାଳିକାରେ କାର୍ଯ୍ୟ କରୁଥିବା ସ୍ୱଚ୍ଛସାଥି ଓ ସ୍ୱଚ୍ଛ ସୁପରଭାଇଜରମାନେ କେନ୍ଦ୍ର କିମ୍ଭା ରାଜ୍ୟ ସରକାରଙ୍କ ଦ୍ୱାରା ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ I ଏହି କାରଣରୁ ହିଁ ଦେଶସାରା ସର୍ବନିମ୍ନ ମଜୁରୀ ମାସିକ ୨୬,୦୦୦ ଟଙ୍କା ଦାବୀ କରାଯାଇଛି I ଏଥିସହିତ ସଂଗଠନ ପକ୍ଷରୁ ୨୨ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ମାଧ୍ୟମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପ୍ରେରଣ କରାଯାଇଥିଲା I ଆଜିର କାର୍ଯ୍ୟକ୍ରମରେ ଆଇଏଫଟିୟୁର ରାଜ୍ୟ କମିଟି ସଦସ୍ୟ ପ୍ରଶାନ୍ତ ପରିଛା, ସଂଯୁକ୍ତା ଦାସ, ସୁଦଶ୍ନା ନାୟକ, ସଫେଇ କର୍ମଚାରୀ ନେତା ଉତ୍ତମ ନାୟକ, ସ୍ୱାସ୍ଥ୍ୟ କର୍ମଚାରୀ ନେତା ହିମାଂଶୁ ପଟ୍ଟନାୟକ, ସୂର୍ଯ୍ୟ ନାୟକ, ଆଶୁତୋଷ ଘଡେଇ, ବବିତା ଘଡେଇ, ସାଗରିକା ନାୟକ, ସସ୍ମିତା ଦେବୀ, ବବିତା ପାଢ଼ୀ, ମିତା ପାଢ଼ୀ, କବିତା ଦେବୀ ପ୍ରମୁଖ ଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *