ଲେଡୀସ କ୍ଲବ, ରାୟଗଡା ଠାରେ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ
*ଲେଡୀସ କ୍ଲବ, ରାୟଗଡା ଠାରେ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ* ଆଜି ଲେଡୀସ କ୍ଲବ, ରାୟଗଡ଼ାଠାରେ “ଶିଶୁ ଦିବସ -୨୦୨୬ ” ଉପଲକ୍ଷେ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କ୍ରର୍ଯ୍ୟକ୍ରମକୁ ସଭାପତି ଶ୍ରୀମତୀ କସ୍ତୁରୀ ସାହୁ ଙ୍କ ପୌରୋହିତ୍ୟରେ ସମ୍ପାଦନ କରାଯାଇଥିଲା। ଶିଶୁ ମାନଙ୍କ ମଧ୍ୟରେ ଗଠନାତ୍ମକ ମୂଳକ କଳାର ପରିପ୍ରକାଶ କରିବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ବୋଲି ସଭାପତି ମତ ବ୍ୟକ୍ତ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ୨୫ ଜଣ ଛାତ୍ର ଛାତ୍ରୀ “ସୁଶ୍ରୀ ଆର୍ଟ ଏଣ୍ଡ କ୍ରାଫ୍ଟ ” ତାଲିମ ଅନୁଷ୍ଠାନ, ରାୟଗଡା ଜରିଆରେ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ଅବସର ପ୍ରାପ୍ତ ତଥା ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଶ୍ରୀ ଜଗଦିଶ ଚନ୍ଦ୍ର ଦୋରା ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼.ଦ୍ଵିତୀ ଚନ୍ଦ୍ର ସାହୁ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ସହ ବିଚାରକ ଭାବେ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାରେ ବରିଷ୍ଠ ବିଭାଗରେ ଇପିଲି ଶ୍ରୀସା ପ୍ରଥମ ସ୍ଥାନ, ଶୀତଲ ସାଂଜ୍ଞା ରଥ ଦ୍ଵିତୀୟ ସ୍ଥାନ, ଶ୍ରୀଜମ କୁଣ୍ଡୁ ତୃତୀୟ ସ୍ଥାନ, ବିରାଟ ଶର୍ମା ଚତୁର୍ଥ ସ୍ଥାନ ଓ ପି ଭି ଲକ୍ଷ୍ମୀ ପଞ୍ଚମ ସ୍ଥାନ ଏବଂ କନିଷ୍ଠ ବିଭାଗରେ କେ ସାଇ ସୁହାନି ପ୍ରଥମ ସ୍ଥାନ, ଏସ ଭି ରୁଥିକା ଦ୍ଵିତୀୟ ସ୍ଥାନ ଓ ହ୍ୟାନ୍ସ ବରଣାସୀ ତୃତୀୟ ସ୍ଥାନ ଗ୍ରହଣ କରି ଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅବଶିଷ୍ଠ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆଯାଇଥିଲା। କ୍ଲବର ବରିଷ୍ଠ ଉପଦେଷ୍ଟା ଶ୍ରୀମତୀ ଅଳକା ଦାସ ଓ ଶ୍ରୀମତୀ ଶାନ୍ତି କୁମାରୀ ଦେବ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ପ୍ରେରଣା ଦେଇଥିଲେ। ଶ୍ରୀମତୀ ଜ୍ୟୋତିପ୍ରଭା ମହାପାତ୍ର ସମ୍ପାଦିକା, ଶ୍ରୀମତୀ ସୁଜାତା ପାଢ଼ୀ ଯୁଗ୍ମ ସମ୍ପାଦିକା, ଶ୍ରମତି ବୁରୁଡି ଲକ୍ଷ୍ମୀ କୋଷାଧ୍ୟକ୍ଷା ଓ ଶ୍ରୀମତୀ କେ ଶୋଭାରାଣୀ ଯୁଗ୍ମ କୋଷାଧକ୍ଷା ତଥା କ୍ଲବର ସମସ୍ତ ସଦସ୍ୟାମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
