ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ବୁଲିଲା ସ୍ୱଚ୍ଛତା ରଥ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସ୍ୱଚ୍ଛତା ଓ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କାମାକ୍ଷାନଗର ଏନଏସି ନଗରପାଳ ଧର୍ମାନନ୍ଦ ପରିଡା ଏବଂ ସମସ୍ତ କାଉନସିଲରଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଓ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରଥମେ ମହାଳା ମହାବିଦ୍ୟାଳୟ ପରିସରରେ ସଫେଇ କରିଥିଲେ। ଏବଂ ସମସ୍ତେ ସ୍ୱଚ୍ଛତା ହିଁ ସେବା ନାରା ଦେଇ ସହର ପରିକ୍ରମା କରିଥିଲେ।

ଏଥିସହିତ ଏକ ସ୍ୱଚ୍ଛତା ରଥ ସହରର ସମସ୍ତ ୱାର୍ଡ ଗୁଡିକୁ ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଗତ ସେପ୍ଟେମ୍ବର ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ। ପରିବେଶକୁ ସ୍ଵଚ୍ଛ ଓ ସୁନ୍ଦର ରଖିବା ସହିତ ନିଜେ ସୁସ୍ଥ ରହିବାକୁ ମାନ୍ୟବର ବିଧାୟକ ଲୋକଙ୍କୁ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *