ରୋଡ ସ୍ୱାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଜାତୀୟ ରକ୍ତ ଦାତା ଦିବସ ପାଳିତ
ଆଜି ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ଦେବାଶିଷ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଜାତୀୟ ରକ୍ତଦାତା ଦିବସ କାର୍ଯ୍ୟକ୍ରମରେ ବ୍ୟାସନଗର ପୌର ପରିଷଦର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ବରିଷ୍ଠ ଡାକ୍ତର ଗୌରୀଶଙ୍କର ଷଢଙ୍ଗୀ ଅତିଥିଭାବେ ଯୋଗଦେଇ ଆଜିର ସମାଜରେ ରକ୍ତର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l ଏଥିସହିତ ଅନ୍ୟର ଜୀବନ ବଞ୍ଚେଇବା ପାଇଁ ରକ୍ତାଦାନ କରୁଥୁବା ରକ୍ତଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ l ଏହି ଅବସରରେ ରକ୍ତଦାନ କରୁଥୁବା ବ୍ୟକ୍ତି ବିଶେଷ ଓ ରକ୍ତଦାନ ପାଇଁ କ୍ୟାମ୍ପ କରୁଥୁବା ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
