ମୋ ଭାରତ କଳାହାଣ୍ଡି ଶାଖା ଆନୁକୁଲ୍ୟରେ ଗଜାନନ ଯୁବକ ସଂଘ ଦ୍ୱାରା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ଆନୁକୁଲ୍ୟରେ ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ଦ୍ବାରା ଐତିହାସିକ ଧବଳେଶ୍ୱର ପୀଠ ବେଳଖଣ୍ଡି ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଓ କାର୍ଯ୍ୟକ୍ରମ ସହାୟକ ଶ୍ରୀଯୁକ୍ତ ଦ୍ୱତୀୟ ବନଛୋର ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ପ୍ରସନ୍ନ କୁମାର ମେହେର,ସମ୍ମାନିତ ଅତିଥି ଭାବରେ ବେଲଖଣ୍ଡି ଧବଳେଶ୍ୱର ପୀଠ ପରିଚାଳନା କମିଟୀ ର ସଭାପତି ପ୍ରାର୍ଥବୀର ସେଲମା, ସମ୍ପାଦକ ପ୍ରଦୀପ ଦୋରା ବେଲଖଣ୍ଡି ଗ୍ରାମ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ଘନଶ୍ୟାମ ଭୋଇ,ସମାଜ ସେବୀ ହେମସାଗର ସାହୁ, ମିଳନ କୁମାର ଭୋଇ, ସନତ କୁମାର ସାହୁ,ହେମନ୍ତ ସାହୁ,ଯୁବ କବି ଉଦୟନାଥ ଭୋଇ “ଗଜାନନ ଯୁବକ ସଂଘ, ଭୋଇରମୁଣ୍ଡା”ର ସଭାପତି ଗିରଧାରୀ ସାହୁ, ସମ୍ପାଦକ ଅଶୋକ ସାହୁ ଙ୍କ ସମେତ ସମସ୍ତ ସଦସ୍ୟ ସାମିଲ ହୋଇ ମନ୍ଦିର ପ୍ରାଙ୍ଗଣ, ପର୍ଯ୍ୟସ୍ଥଳୀ ସଫେଇ କରାଯାଇଥିଲା । ତେଲ ନଦୀ ଓ ଉତେଇ ନଦୀ ସଂଯୋଗସ୍ଥଳୀ ରେ ଅମୃତ ସରୋବର କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ନିଜ ଘରଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ଗଢି ତୋଳିବାରେ ଶପଥ ପାଠ କରାଯାଇଥିଲା । ସ୍ଵଚ୍ଛତା ଉପରେ ଯୁବ ଗୋଷ୍ଠୀଙ୍କ ଭାଗୀଦାର ,ସୁସ୍ଥ ସମାଜ ଗଠନ ପାଇଁ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ପାଇଁ ଶ୍ରୀ ଅଶୋକ ସାହୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ ଓ ସମସ୍ତ ଅତିଥି କର୍ମକର୍ତ୍ତା ଓ ଖବର କାଗଜ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
