କାହ୍ନୁ ଚରଣ ସହଶିକ୍ଷା ଉଚ୍ଚ ବିଦ୍ୟାଳୟରେ 2024-25 ଶିକ୍ଷାବର୍ଷର କ୍ଲଷ୍ଟର ସୁରୀୟ ସୁରଭି କାର୍ଯ୍ୟକ୍ରମ

ଭଦ୍ରକ ଜିଲ୍ଲା, ଭଦ୍ରକ ମ୍ୟୁନିସିପାଲିଟି ଅନ୍ତର୍ଗତ କାହ୍ନୁ ଚରଣ ସହଶିକ୍ଷା ଉଚ୍ଚ ବିଦ୍ୟାଳୟ, ଉତ୍ତରବାହିନୀରେ ହରିନାରାୟଣ କ୍ଲଷ୍ଟରର 2024-25 ଶିକ୍ଷାବର୍ଷର ସୁରଭି କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି କ୍ଲଷ୍ଟରର CRCC ଶ୍ରୀଯୁକ୍ତ ଚିତ୍ତରଂଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଥିଲା | ଏବଂ ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବୈକୁଣ୍ଠ ଚରଣ କାଣ୍ଡି ମହୋଦୟ ସଭାପତିତ୍ବ କରିଥିଲେ ଏବଂ କୃଷ୍ଟରର ସର୍ବମୋଟ 14 ଗୋଟି ବିଦ୍ୟାଳୟର 171 ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ହରିନାରାୟଣ କ୍ଳଷ୍ଟରର CRCC ଶ୍ରୀଯୁକ୍ତ ଶ୍ରୀଯୁକ୍ତ ଚିତ୍ତରଂଜନ ସାହୁ ତାଙ୍କ ଅଭିଭାଷଣରେ ପ୍ରତିଯୋଗୀ ମାନଙ୍କୁ ନିର୍ଭିକତାର ସହିତ ନିଜ ମୌଳିକ ପ୍ରତିଭାର ପରିପ୍ରକାଶ କରିବା ପାଇଁ ପ୍ରେରଣା ଯୋଗାଇଥିଲେ ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଙ୍କ ଅଭିଭାଷଣରେ କୁନି କୁନି ପିଲାମାନଙ୍କ ଭିତରେ ଲୁଚି ରହିଥ‌ିବା ଅସାଧାରଣ ପ୍ରତିଭାକୁ ଜାଗ୍ରତ କରିବାପାଇଁ ମତବ୍ୟକୁ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ବିତରଣ କରାଯାଇଥିଲା | ଏବଂ ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ତଥା ଉକ୍ତ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଆସିଥ‌ିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସ‌ହଯୋଗରେ ସୁରଭି-2024 କାର୍ଯ୍ୟକ୍ରମଟିର ସଫଳ ରୂପାୟନ ହୋଇପାରିଥୁଲ ।

Leave a Reply

Your email address will not be published. Required fields are marked *