ସାନଖେମୁଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳିତ

ବ୍ରହ୍ମପୁର :-୩୦/୦୯(ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଆନୁକୁଲ୍ୟରେ ଆଜି ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି । ପ୍ରକଳ୍ପ ଅଧିକାରୀ ସୁଶ୍ରୀ ଭବାନୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରକଳ୍ପ ସ୍ତରୀୟ ଏହି ଦିବସ ପାଳନ କାର୍ଯ୍ୟକ୍ରମକୁ ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର , ତହସିଦାର ରାମଚନ୍ଦ୍ର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡଃ କୈଳାସ ଚନ୍ଦ୍ର ସ୍ବାଇଁ ଯୋଗଦେଇଥିଲେ । ଏଥି ସହିତ ଗୋଷ୍ଠି ଶିକ୍ଷାଧିକାରୀ ସୁଶ୍ରୀ ଜୟନ୍ତୀ ଦାସ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ,ପାଟପୁର ଥାନା ଶିଶୁ ଓ ମହିଳା ଡେସ୍କ ସଂଚାଳିକା ସବ ଇନିସପେକ୍ତର ଶୁଭଲକ୍ଷ୍ମି କହଁର ପ୍ରମୁଖ ମଞ୍ଚାଷୀନ ରହି ରାଷ୍ଟ୍ରୀୟ ପୋଷଣ ଦିବସର ଅନୁଚିନ୍ତା ସହ ଏହାର ଉପଯୋଗୀତା ଆଧାରରେ ନିଜନିଜ ଅଭିବ୍ୟକ୍ତି ରଖିଥିଲେ । ଅତିଥି ସମୂହ ନିଜନିଜ ଅଭିବ୍ୟକ୍ତିରେ ତାତ୍ୱିକ ପୋଷଣ ନିମିତ୍ତ ଅଞ୍ଚଳ ଭିତ୍ତିରେ ଉପଲବ୍ଧ ପାରମ୍ପରିକ ପୋଷକ ତତ୍ତ୍ଵ ଯୁକ୍ତ ଫଳ ପନିପରିବା ଏବଂ ଖାଦ୍ୟ ଶସ୍ୟର ପୋଷଣ ଓ ତାର ଉପଯୋଗିତା ନେଇ ନିଜନିଜ ମତ ରଖିଥିଲେ । ଅଞ୍ଚଳ ଜନ ପ୍ରତିନିଧି , ଏସହଚଜି ମହିଳା ମଣ୍ଡଳୀ , ଅଙ୍ଗନୱାଡ଼ି ଏବଂ ଆଶା କର୍ମୀଙ୍କ ସହ ବହୁ ସଂଖ୍ୟାରେ କିଶୋରୀ ବାଳିକା , କନ୍ୟାରନ୍ତ ହିତାଧିକାରୀଙ୍କ ସମାବେଶ ପୂର୍ଣ୍ଣ ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକା , ଗର୍ଭବତୀ ,ପ୍ରସୂତି ମହିଳାଙ୍କ ସମେତ ଶିଶୁଙ୍କ ଠାରେ ଦେଖାଯାଉଥିବା ରକ୍ତହୀନତା ସମ୍ବନ୍ଧରେ ସଚେତନା କରାଯାଇଥିଲା ।ଶିଶୁର ଅଭିବୃଦ୍ଧି ନିରୀକ୍ଷଣ ସହ ଆଦ୍ୟ ଶୈଶବ ଏବଂ ପ୍ରାକ ବିଦ୍ୟାଳୟ ଶିକ୍ଷା ପାଇଁ ଯତ୍ନବାନ ହେବା ,ପାରିପାର୍ଶ୍ବିକ ପରିବେଶର ଯତ୍ନ ନେବା ଏବଂ ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଗ୍ରହଣ ସହିତ ପରିଷ୍କାର ପରିଚ୍ଛନ୍ନତା ନେଇ ଗୁରୁତ୍ୱାରୋପ କରାଯାଇଥିଲା । ଏହା ସହ ୨୦୩୦ ମସିହା ସୁଦ୍ଧା ଭାରତରୁ କୁପୋଷଣ ହଟାଇବା ସରକାରଙ୍କ ଲକ୍ଷ ରହିଥିବା ନେଇ ଶିଡ଼ିପିଓ ମତବ୍ୟକ୍ତ କରିଥିଲେ । ଆୟୋଜିତଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ସ୍ତରୀୟ ଅଣ ପ୍ରାସନ୍ , ମୋ ଗେହ୍ଲା ଝିଅ ନିର୍ଭୟା କାଢି , ଶିଶୁଙ୍କ ପାଇଁ ଦିନଟିଏ ଅନ୍ତର୍ଗତରେ ସୁସ୍ଥ ମା ଏବଂ କନ୍ୟାରତ୍ନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟକ୍ରାମରେସାପ କାମୁଡାକୁ ସାବଧାନ ସମ୍ବନ୍ଧରେ ସଚେତନା କରାଯାଇଥିଲା । କାର୍ଯ୍ୟକ୍ରମ ଭିତ୍ତିରେ ଉତ୍ତମ ସ୍ୱାସ୍ଥ୍ୟ ଜନିତ ତିନି କନ୍ୟା ଶିଶୁଙ୍କ ମା ଏହା ସହ ଗର୍ଭବତୀ ଓ ପ୍ରସୂତିଙ୍କୁ ତୃଣମୂଳ ସ୍ତରରେ ସଚେତନ କାର୍ଯ୍ୟକ୍ରମ ସମ୍ପର୍କରେ କହିବା ସହିତ ପ୍ରତ୍ଯେକ କିଶୋରୀ, ଗର୍ଭବତୀ, ପ୍ରସୂତୀ ଏବଂ ଜନ୍ମରୁ ଛଅ ବର୍ଷ ଶିଶୁଙ୍କୁ କୁପୋଷଣରୁ ସୁପୋଷଣକୁ ନେଇ ସୁସ୍ଥ ସମାଜ ଗଠନ ଦିଗରେ ସିଡିପିଓ ମତବ୍ୟକ୍ତ କରିଥିଲେ ।ପୋଷଣ ମାସ ପାଳନ ପରିପ୍ରେକ୍ଷୀରେ କର୍ମୀଙ୍କ ସଂଯୋଜନାରେ କରାଯାଇଥିବା ସବୁଜ ପରିବା , ଡାଲି ଶାଗ ପିଠା ମିଲେଟ୍ ( ମାଣ୍ଡିଆ) ପ୍ରସ୍ତୁତିରେ ଖାଦ୍ୟ ଏବଂ ପିଠା ଷ୍ଟଲ ଅତିଥିଙ୍କୁ ଆକୃଷ୍ଟ କରିଥିଲା । ଏହା ସହ କିଶୋରୀ ମାନଙ୍କ ପକ୍ଷରୁ ପ୍ରସ୍ତୁତ ରଙ୍ଗୋଲିରେ ପୋଷଣ ସଚେତନା ଚିତ୍ତାକର୍ଷକ ହୋଇଥିଲା ।କାର୍ଯ୍ୟକ୍ରମରେ ପାତ୍ରପୁର ଆଇସିଡ଼ିଏଡ୍ ଏବଂ ମିଶନ ଶକ୍ତି କର୍ମଚାରୀ କର୍ମକର୍ତ୍ତାଙ୍କ ସହ ସମସ୍ତ ଅଙ୍ଗନବାଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *