ସି ପି ଆଇ(ଏମ୍ -ଏଲ୍) ରେଡ୍ ଷ୍ଟାର ୩ୟ ପୁରୀ ଜିଲ୍ଲା ସମ୍ମିଳନୀରେ କମ୍ରେଡ ସୁବାଶ

ପୁରୀ ତା ୦୬/୦୭ ସି.ପି.ଆଇ(ଏମ୍-ଏଲ୍) ରେଡ୍ ଷ୍ଟାର ୩ୟ ପୁରୀ ଜିଲ୍ଲା ସମ୍ମିଳନୀ ରାମଚଣ୍ଡୀ ବାଲିକୁଦା ବସ୍ତି ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ୫ଜଣ ଜିଲ୍ଲା କମିଟି ସଦସ୍ୟ ଏବଂ କମ୍ରେଡ ସୁବାଶ ଭାରତୀ ଜିଲ୍ଲା ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ବିଦାୟୀ ସଂପାଦକ ସୀମାଞ୍ଚଳ ଲାଲ୍ ପତକା ଉତ୍ତୋଳନ କରିଥିଲେ. ସିପିଆଇ (ଏମ୍ -ଏଲ୍) ରେଡଷ୍ଟାର ର ରାଜ୍ୟ ସଂପାଦିକା କମ୍ରେଡ ପ୍ରମିଳା ଆନୁଷ୍ଠାନିକ ଭାବରେ ୩ୟ ପୁରୀ ଜିଲ୍ଲା ସମ୍ମିଳନୀକୁ ଉଦଘାଟନ କରି କମ୍ୟୁନିଷ୍ଟ ଆନ୍ଦୋଳନକୁ ତୀବ୍ରତର କରି ଜନସାଧାରଣଙ୍କ ଅଧିକାର ହାସଲ କରିବାକୁ ହେବ ବୋଲି ବକ୍ତବ୍ୟରେ ରଖିଥିଲେ। ପ୍ରତିନିଧି ଅଧିବେଶନରେ ବିଦାୟୀ ଜିଲ୍ଲା ସଂପାଦକ କମ୍ରେଡ ସୀମାଞ୍ଚଳ ଜିଲ୍ଲା ସାଙ୍ଗଠନିକ ରିପୋର୍ଟ ଉପସ୍ଥାପିତ କରିଥିଲେ। ଏହାକୁ ଆଲୋଚନା କରି ଗୃହିତ କରାଯାଇଥିଲା।୧୦ ଜଣ ପ୍ରତିନିଧି ଏବଂ ୫ ଜଣ ପର୍ଯ୍ୟବେକ୍ଷକ ଆସନ୍ତା ୨୮/୨୯ ଜୁଲାଇ ୨୦୨୬ ରେ ଲୋହିଆ ଏକାଡେମୀ ଠାରେ ଆୟୋଜିତ ହେବାକୁ ଥିବା ୮ମ ଓଡ଼ିଶା ରାଜ୍ୟ ସମ୍ମିଳନୀକୁ ନିର୍ବାଚିତ ହୋଇଛନ୍ତି। ଏହି ସମ୍ମିଳନୀ ରେ ବସ୍ତି ଉଚ୍ଛେଦ ବନ୍ଦ, କର୍ମସ୍ଥଳୀ ନିକଟରେ ବାସସ୍ଥାନ ଅଧିକାର, ଉଠା ଦୋକାନୀଙ୍କୁ ତୁରନ୍ତ ସ୍ଥାୟୀ ଥ ଇଥାନ,ନାରୀ ନିର୍ଯାତନା, ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ସରକାରୀ ଯୋଜନାରେ ଦୁର୍ନୀତି ଏବଂ ସାଧାରଣ ଗରିବ ଶ୍ରେଣୀର ଲୋକଙ୍କ କଲ୍ୟାଣ, ଦେଶରେ ଗଣତନ୍ତ୍ର ଏବଂ ସାମ୍ବିଧାନିକ ମୂଲ୍ୟବୋଧ ଉପରେ ହେଉଥିବା ଆକ୍ରମଣ ବିରୋଧରେ ଗଣତାନ୍ତ୍ରିକ ଆନ୍ଦୋଳନକୁ ଜୋରଦାର କରିବା, ଆଦିବାସୀ, ଦଳିତ ଏବଂ ବିସ୍ଥାପିତ ଜନସାଧାରଣଙ୍କ ସୁରକ୍ଷା ଆଦି ଉପରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ସମ୍ମିଳନୀ ପରିଚାଳନା କରିବା ପାଇଁ କୃଷ୍ଣ ମୋହନ, ଧୋବି ଏବଂ ସୁବାଶ ଭାରତୀ ଙ୍କୁ ନେଇ ସଭାପତି ମଣ୍ଡଳୀ ଗଠିତ ହୋଇଥିଲା। ସଂଚାଳନ ସମିତି ସୀମାଞ୍ଚଳ ଓ କେତୁକା ବିବରଣୀ ଲିଖନ କମିଟି ରାଜେନ୍ଦ୍ର ଜେନା ତାଙ୍କ କାର୍ଯ୍ୟ ସଂପାଦନ କରିଥିଲେ। କମ୍ରେଡ ସନାତନ ଏବଂ କମ୍ରେଡ ବିଜୟ ରାଜ୍ୟ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇଥିଲେ ଓ ବିପ୍ଳବୀ ସଙ୍ଗୀତ ଗାନ କରିଥିଲେ। ଶେଷରେ ନବନିର୍ବାଚିତ ସଂପାଦକ କମ୍ରେଡ ସୁବାଶ ଲାଲ୍ ପତକା ଅବତରଣ କରି ସମ୍ମିଳନୀକୁ ଉଦଯାପନ କରିଥିଲେ।

Leave a Reply

Your email address will not be published. Required fields are marked *