ଦିଲ୍ଲୀ ରାମଲୀଳା ମଇଦାନରେ ‘ଭୋଟ୍ ବଞ୍ଚାଓ, ଦେଶ ବଞ୍ଚାଓ’ ମହାରାଲିରେ ଯୋଗଦେଲେ କାକଟପୁର କଂଗ୍ରେସ ନେତୃବୃନ୍ଦ

ନୂଆଦିଲ୍ଲୀ/କାକଟପୁର:ଆଜି ନୂଆଦିଲ୍ଲୀର ଐତିହାସିକ ରାମଲୀଳା ମଇଦାନରେ ଅନୁଷ୍ଠିତ ବୃହତ୍ “ଭୋଟ୍ ବଞ୍ଚାଓ, ଦେଶ ବଞ୍ଚାଓ” ଏବଂ ସି.ଇ.ସି. (CEC) ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବି ମହାରାଲିରେ କାକଟପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ସାମିଲ ହୋଇଥିଲା।ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ର, ପିସିସି ଉପସଭାପତି ସତ୍ୟବ୍ରତ ପାତ୍ର ଏବଂ ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସଙ୍କ ନେତୃତ୍ୱରେ କାକଟପୁରରୁ ଯାଇଥିବା ଏହି ଦଳ ଏହି ପ୍ରତିବାଦ ରାଲିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲା।ଏହି କାର୍ଯ୍ୟକ୍ରମରେ କାକଟପୁର ବ୍ଲକ ସଭାପତି ଅବଧୂତ ସ୍ୱାଇଁ, ଜିଲ୍ଲା ଉପସଭାପତି ଯଶୋବନ୍ତ ନାରାୟଣ ମହାନ୍ତି, ଜିଲ୍ଲା କଂଗ୍ରେସ ସମ୍ପାଦକ ତୁଷାର କାନ୍ତ ନାୟକ, ଅବଦାନର ପୂର୍ବତନ ସରପଞ୍ଚ ବିଚିତ୍ର କୁମାର ଦାଶ, ୬ ନମ୍ବର ଜୋନ୍ ସଭାପତି ଅତିଉର ରେହେମାନ, ୭ ନମ୍ବର ଜୋନ୍ ସଭାପତି ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଜୋନ୍ ସଭାପତି ସୁମନ୍ତ ବିଶ୍ୱାଳ, ଯୁବ ଇଞ୍ଜିନିଅର ତରୁଣ କୁମାର ପାଢ଼ୀ ଏବଂ ଯୁବ ନେତା ମଲ୍ଲିକ ଏନାମୁଲ ପ୍ରମୁଖ ଉପସ୍ଥିତ ରହି ଗଣତନ୍ତ୍ର ଓ ସମ୍ବିଧାନ ରକ୍ଷା ପାଇଁ ଦୃଢ଼ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *