ସାଇବର ସଚେତନତା |
🚨 ସାଇବର ସଚେତନତା | ନିଶାମୁକ୍ତ ଅଭିଯାନ 🚨ପୁରୀ ପୋଲିସ ପକ୍ଷରୁ ମଦର୍ସ ପବ୍ଲିକ ସ୍କୁଲରେ ସାଇବର ଅପରାଧ, ବିଶେଷକରି ସୋସିଆଲ ମିଡିଆ ସମ୍ବନ୍ଧୀୟ ଅପରାଧ ଏବଂ ନିଶାମୁକ୍ତ ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏସ୍ପି, ପୁରୀ ପ୍ରାୟ ଦେଢ଼ ଘଣ୍ଟା ଧରି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ସାଇବର ସୁରକ୍ଷା, ସୋସିଆଲ ମିଡିଆର ସୁରକ୍ଷିତ ଓ ଦାୟିତ୍ୱଶୀଳ ବ୍ୟବହାର ଏବଂ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଅଡିଓ-ଭିଜୁଆଲ୍ ପ୍ରଦର୍ଶନୀ ମାଧ୍ୟମରେ ବିଭିନ୍ନ ବିଷୟ ବୁଝାଇ ଦିଆଯାଇଥିଲା।

ଏହି ଅବସରରେ SDPO ସଦର ମାନସ ରଞ୍ଜନ ବାରିକ ଓ DSP ସାଇବର ପୋଲିସ ଷ୍ଟେସନ୍ ରାଜ କୁମାର ପରିଡ଼ା ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୋଗୁପ୍ତା ପରଭିନ୍ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।🔹 ସାଇବର ସୁରକ୍ଷିତ ରୁହନ୍ତୁ🔹 ସୋସିଆଲ ମିଡିଆର ଦାୟିତ୍ୱଶୀଳ ବ୍ୟବହାର କରନ୍ତୁ🔹 ନିଶାକୁ ନା କହନ୍ତୁଆଜିର ସଚେତନତା, ଆସନ୍ତାକାଲିର ସୁରକ୍ଷିତ ସମାଜ।
