ବଜ୍ରପାତରେ ଜଣେ ମୃତ

କଙ୍କଡାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତର ଅଢାପଲ୍ଲୀ ବସ୍ତିରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ବସ୍ତିର ଉମେଶ ମହାନ୍ତଙ୍କ ପୁଅ ପ୍ରିୟବ୍ରତ (୧୮ ) ବୋଲି ଜଣାଯାଇଛି l ପ୍ରିୟବ୍ରତ ଆଜି ଅପରାହ୍ନରେ ସନ୍ନିକଟ ପଡିଆରେ ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳୁଥିଲେ l ଏଇ ସମୟରେ ବଜ୍ରପାତ ଘଟିଥିଲା l ଫଳରେ ପ୍ରିୟବ୍ରତ ଗୁରୁତ୍ୱର ଭାବେ ଆହତ ହୋଇଓଡ଼ିଥିଲେ l ତାଙ୍କୁ ତୁରନ୍ତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ପୁଲିସ ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରିଥିବାର ଜଣାଯାଇଛି l

Leave a Reply

Your email address will not be published. Required fields are marked *