ବଡାଗୁଡ଼ାରେ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବଡାଗୁଡ଼ାରେ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କୋରାପୁଟର ଚମତ୍କାର ବିଜୟ, ଛତିଶଗଡ଼ ଗୁଡ୍ରାକୁ ପରାସ୍ତ କଲାମାଲକାନଗିରି ମାଥିଲି/ପାଙ୍ଗାମ୍, 14/6/026(ପ୍ରଶାନ୍ତ କୁମାର ଶଗରିଆ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମ ପଞ୍ଚାୟତର ବଡାଗୁଡ଼ା ଠାରେ ଆୟୋଜିତ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି କୋରାପୁଟ ଓ ଛତିଶଗଡ଼ ରାଜ୍ୟର ଗୁଡ୍ରା ଦଳ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଶେଷରେ ଚମତ୍କାର ପ୍ରଦର୍ଶନ କରି କୋରାପୁଟ ଦଳ ବିଜୟୀ ହୋଇଥିଲା।ମ୍ୟାଚ୍‌କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ କ୍ରିକେଟପ୍ରେମୀଙ୍କ ସମାଗମ ଘଟିଥିଲା ଏବଂ ଖେଳ ପଡ଼ିଆରେ ଉତ୍ସାହ ଓ ଉଦ୍ଦୀପନାର ପରିବେଶ ସୃଷ୍ଟି ହୋଇଥିଲା। ଉଭୟ ଦଳର ଖେଳାଳିମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିବା ବେଳେ କୋରାପୁଟ ଦଳ ନିଜର ଶୃଙ୍ଖଳିତ ବ୍ୟାଟିଂ ଓ ବୋଲିଂ ବଳରେ ମ୍ୟାଚ୍‌କୁ ନିଜ ପକ୍ଷରେ ନେବାରେ ସଫଳ ହୋଇଥିଲା। ଚଉକା, ଛକା ଓ ଚମତ୍କାର ବୋଲିଂ ଦର୍ଶକଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଥିଲା।ଏହି ଅବସରରେ ରାଜ୍ୟ ବିଜେଡ଼ି ମହିଳା ସମ୍ପାଦିକା ତଥା ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ, ରାଜ୍ୟ ବିଜେପି ଏସ୍‌ଟି ମୋର୍ଚ୍ଚା ସାଧାରଣ ସମ୍ପାଦକ ତଥା ଚାଉଳମେନ୍ଦି ସରପଞ୍ଚ ଜଳନ୍ଧର ନାୟକ, ପାଙ୍ଗାମ ପଞ୍ଚାୟତର ସରପଞ୍ଚ ଇନ୍ଦ୍ର କୁମାର ନାୟକ, ସାମ୍ବାଦିକ ପ୍ରଶାନ୍ତ କୁମାର

ଶଗରିଆ ଏବଂ ସାମ୍ବାଦିକ ରୋହିତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ଅତିଥିମାନେ ଖେଳାଳିମାନଙ୍କ ସହ ପରିଚିତ ହେବା ସହ ଉଭୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ସେମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, କ୍ରୀଡ଼ା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଭାଇଚାରା, ପରସ୍ପର ସହଯୋଗ ଏବଂ ନେତୃତ୍ୱ ଗୁଣର ବିକାଶ କରିଥାଏ। ଏଭଳି ଆନ୍ତଃରାଜ୍ୟ କ୍ରୀଡ଼ା ଆୟୋଜନ ଦ୍ୱାରା ଭିନ୍ନ ଅଞ୍ଚଳର ଖେଳାଳି ଓ ଯୁବକମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହ ସାମାଜିକ ସଦ୍ଭାବନା ବୃଦ୍ଧି ପାଇଥାଏ।ଶେଷରେ ଅତିଥିମାନେ ଆୟୋଜକ କମିଟିର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି କ୍ରୀଡ଼ା ଆୟୋଜନ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ। ବଡାଗୁଡ଼ାରେ ଆୟୋଜିତ ଏହି ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଞ୍ଚଳରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଥିବା ବେଳେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

Leave a Reply

Your email address will not be published. Required fields are marked *