ହେଲଥ ସ୍ମାର୍ଟ କାର୍ଡ ବଣ୍ଟନ

ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକର ବିରବଳଭଦ୍ରପୁର, ବୀରନରସିଂହପୁର, ପ୍ରତାପ ରାମଚନ୍ଦ୍ରପୁରୁ ବାସୁଦେବପୁର, କେରାଣ୍ଡିପୁରୁ, ଭାଇଲପୁରୁ, ଗଉଡକେରା ଓ ବିଜୟ ରାମଚନ୍ଦ୍ରପୁରୁ ପଞ୍ଚାୟତରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା , ପୁରୀ ଜିଲ୍ଲା ଲୋକସଭା ସାଂସଦ ପିନାକୀ ମିଶ୍ର ଓ ଖଦୀ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ବାସୁଦେବପୁର ସରକାରୀ ବିଦ୍ୟାଳୟ ଏବଂ ଉତ୍ତରଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ହେଲଥ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୀ ସଦର ବ୍ଲକ ଅଧ୍ୟକ୍ଷା ସରୋଜିନୀ ବେହେରା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ସମସ୍ତ ହିତାଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *