ଜି ଏସ ଟି ନିୟମ ମାନୁ ନାହିଁ କବାଡି ବାଲା , ଜି ଏସ ଟି ଫାଙ୍କୁ ଥିବା ସନ୍ଦେହ

ଜି ଏସ ଟି ନିୟମ ମାନୁ ନାହିଁ କବାଡି ବାଲା , ଜି ଏସ ଟି ଫାଙ୍କୁ ଥିବା ସନ୍ଦେହ ।କେସିଙ୍ଗା ସହର ଜିଲ୍ଲାର ଦ୍ୱାର ଦେଶ ହେବା ସହିତ କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟ ସ୍ଥଳ । ପ୍ରତ୍ୟେକ ଦିନ ଏହି ସହର ରେ କୋଟି କୋଟି ଟଙ୍କା ର ବାଣିଜ୍ୟ ହେଉଥିବା ଅନୁମାନ କରାଯାଏ ।ଏହି ସହର ରେ ପ୍ରତେକ୍ ଦିନ ପନିପରିବା ବେପାର ଠୁ ଆରମ୍ଭ କରି ଅଦରକାରୀ ଜିନିଷ କିଣା ବିକା ହେଉଥିବା କବାଡି ବେପାର ମଧ୍ୟ ଯୋର ସୋର୍ ରେ ହୋଇଥାଏ ।ସହର ରେ ବ୍ୟବହୃତ ହେଉଥିବା ବର୍ଜ୍ୟବସ୍ତୁ ଗୁଡ଼ିକ ମଧ୍ୟ ରୁ ପ୍ଲାଷ୍ଟିକ ,କାଗଜ ଖୋଳ,ଅବ୍ୟବହୃତ ଲୁହା ଜାତୀୟ ସାମଗ୍ରୀ ,ଆଲୁମିନିୟମ ଭଳି ଅନେକ ପଦାର୍ଥ କବାଡି ବେପାର ମାଧ୍ୟମରେ ସହର ବା ରାଜ୍ୟ ବାହାର କୁ ଯାଇଥାଏ ।ସହର ପୂର୍ବରୁ ୩ରୁ ୪ କବାଡି ବାଲା ବେପାର ଚଳାଇଥିବା ବେଳେ ବର୍ତମାନ କେବଳ ଜଣେ ମାତ୍ର କବାଡି ବାଲା ଏହି ବେପାର କରୁଥିବା ସୂଚନା ରହିଛି । ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କା ର କାରବାର ହେଉଥିଲେ ମଧ୍ୟ ଏହି ବେପାରୀ ଜଣକ ଜି ଏସ ଟି ପ୍ରଦାନ କରୁଛନ୍ତି କି ନାହିଁ ସେଥି ପ୍ରତି ସନ୍ଦେହ ସୃଷ୍ଟି ହେଉଛି ।ଏହି ବେପାରୀ ପୂର୍ବରୁ ସହର ର ୱାର୍ଡ ନମ୍ବର 6 ରୁ ନିଜ କାରବାର ଚଳାଇଥିବା ବେଳେ ବର୍ତମାନ ସହର ର ଏକ ଭିତିରିଆ ଅଞ୍ଚଳ ରେ ନିଜର ଏକ ବିରାଟ କାୟ ଗୋଦାମ ଗୃହ ତିଆରି କରି ସେଠାରୁ କାରବାର କରୁଥିବା ଦେଖିବାକୁ ମିଳୁଛି ।ଗୋଦାମ ଗୃହ ର ସୁ ଉଚ୍ଚ ଜେଲ୍ ଭଳି ପାଚେରୀ ଥିବା ବେଳେ ସବୁ ସମୟ ରେ ମୁଖ୍ୟ କବାଟ ବନ୍ଦ ରହିଥିବା ହେତୁ ଭିତରେ କଣ ହେଉଚି ତାହା ଅଗୋଚର ହୋଇଥାଏ । ଜି ଏସ ଟି ନିୟମ ଅନୁଯାୟୀ ସମସ୍ତ ଛୋଟ ବଡ଼ ବ୍ୟବସାୟୀ ନିଜ ନିଜର ଜି ଏସ ଟି ନମ୍ବର ନିଜର ବାଣିଜ୍ୟ ପ୍ରତିଷ୍ଠାନ ବାହାରେ ଲେଖିବା ବାଧ୍ୟତାମୂଳକ କିନ୍ତୁ ଏହି ବେପାରୀ ଜଣଙ୍କ ସରକାରୀ ନିୟମ କୁ ଅବମାନନା କରୁଥିବା ଦେଖିବାକୁ ମିଳିଛି ।ଜି ଏସ ଟି ସୂଚନା ନ ଥିବାରୁ ଏହି କବାଡି ବାଲା ସରକାରଙ୍କୁ ଜି ଏସ ଟି ପ୍ରଦାନ କରୁଛନ୍ତି କି ନାହିଁ ସେଥି ପ୍ରତି ସନ୍ଦେହ ସୃଷ୍ଟି ହେଉଚି ।

Leave a Reply

Your email address will not be published. Required fields are marked *