ମାଁ କାଳୀ ସୁନ୍ଦରୀ ମନ୍ଦିର ପ୍ରତିଷ୍ଠା
ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରସ୍ଥିତ ଡ଼ଙ୍ଗରିଗୁଡା, ଆଦର୍ଶ ବିଦ୍ୟାଳୟ ନିକଟରେ ମାଁ କାଳୀ ସୁନ୍ଦରୀ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି | ଉକ୍ତ ପ୍ରତିଷ୍ଠା ଉତ୍ସବ ଟି ଗତ 29/3/24, ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇ 1/4/24ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥିଲା | ଶୁକ୍ରବାର ଦିନ ଅଙ୍କୁରାରୋପଣ, ମଣ୍ଡଳକରଣ, ଶନିବାର ଦିନ ବନଯାଗ, ଜଳଯାତ୍ରା, ଯଜ୍ଞ କର୍ମରମ୍ଭ, ରବିବାର ଦିନ ରତ୍ନମୁଦ, ଦେବତା ନଗର ପରିକ୍ରମା, ଦେବତାସ୍ନାନ ଓ ହୋମ, ସୋମବାର ଦିନ ଦେବତା ପ୍ରବେଶ, ସର୍ବସାଧାରଣ ଦର୍ଶନମ,ଯଜ୍ଞର ପୂର୍ଣ୍ଣାହୁତି, ପ୍ରସାଦ ସେବନ ର କାର୍ଯ୍ୟକ୍ରମ ରହିଥିଲା | ମାଁ କାଳୀ ସୁନ୍ଦରୀ ମନ୍ଦିର ପ୍ରତିଷ୍ଠାରେ ମନ୍ଦିର ପରିଚାଳନା କମିଟି କାର୍ଯ୍ୟକ୍ରମ ଟିକୁ ଆୟୋଜନ କରିଥିବା ବେଳେ ହଟିଆ ରାଉତ ଓ ତାଙ୍କ ସ୍ତ୍ରୀ ଦୁହେଁ କର୍ତ୍ତା ଭାବେ ଯଜ୍ଞ ରେ ବସି ପୂଜା କରୁଥିବା ଦେଖିବାକୁ ମିଳିଥିଲା | ଏହା ସହିତ ଆସନ୍ତା 15/4/2024ତାରିଖ ରେ ଆରମ୍ଭ ହେଉଥିବା ମାଁ ଜଗତ ଜନନୀ ଠାକୁରାଣୀ ଙ୍କ ନବ ଦିନ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ର ସ୍ଥାପନ କରାଯାଇଥିଲା | ଏହି ନବ ଦିନ ଯାତ୍ରା ରେ ଅଞ୍ଚଳ ର ବିଭିନ୍ନ ସ୍ଥାନରୁ ସିରା, ଲାଠି, ପାଲକି ଆସିଥିବା ବେଳେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ଦୋକାନ ବଜାର, ମିନା ବଜାର ଗୁଡିକ ବସିଥାଏ |ଏହା ଚଳିତ ଚୈତ୍ର ମାସର 15 ତାରିଖରୁ ଆରମ୍ଭ ହୋଇ 23ତାରିଖ ପର୍ଯ୍ୟନ୍ତ ମାଁ ଜଗତ ଜନନୀ ଠାକୁରାଣୀ ଙ୍କ କଳସି ଯାତ୍ରା ଚାଲୁ ରହିବ!ଆଜିର ଶୁଭ ଖୁଣ୍ଟି ସ୍ଥାପନ ଦିବସରେ କଳସି ଯାତ୍ରା କମିଟି ର ସଭାପତି ମୁନା ପାଢ଼ୀ, ଉପ ସଭାପତି ଆଶିଷ ରାଓ, ସମ୍ପାଦକ ସତ୍ୟ ମିଶ୍ର, କୋଷାଧକ୍ଷ ଗୋବିନ୍ଦ ମାଝୀ,ଏବଂ ସମସ୍ତ ସଦସ୍ୟ,ପୌରାଧ୍ୟକ୍ଷା ରାଧା ଭତ୍ରା, ବିଜେଡି ବିଧାୟିକା ପ୍ରାର୍ଥୀ ନବୀନା ନାୟକ ଏବଂ ଉମରକୋଟ ସହର ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |
