ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭଦ୍ରକ ଠାରେ ପାଳିତ ହୋଇଯାଇଛି।

ଭଦ୍ରକ ଜିଲ୍ଲା ରେ ଓଡିଶା ଡ୍ରାଇଭର ମହାସଂଘ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି |ଏହି ଦିବସ ପାଳନ ଅବସରେ ବ୍ଲକ ସମସ୍ତ ଡ୍ରାଇଭର ଭାଇ ଏକତ୍ରିତ ହେବା ସହ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ଏକ ବିଶାଳ ବାଇକ ରାଲି କରି ମୃତ୍ୟୁ ଡ୍ରାଇଭର ଙ୍କ ପ୍ରତିମୂର୍ତ୍ତି ନିକଟରେ ପହଂଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ସେଠାରୁ ବିଶାଳ ରାଲି ରେ ବାହାରି । ଡ୍ରାଇଭର ସଙ୍ଘ ର କିଛି ସଦସ୍ୟ ଥାନା ରେ ପହଂଚି ଥାନା ଅଧିକାରୀଙ୍କୁ ପୁଷ୍ପଗୋଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିବା ସହ ଟ୍ରାଫିକ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ |ଏହାପରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ସମସ୍ତ ରୋଗୀଙ୍କୁ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ କରିଥିଲେ |ଡ୍ରାଇଭର ମହାସଙ୍ଘ ର ଏହି ସେବା କାର୍ଯ୍ୟ ପାଇଁ ତାଙ୍କୁ ଅଂଚଳବାସୀ ଧନ୍ୟବାଦ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *