ରଜକବି ରାଧାମୋହନ ବିଦ୍ୟାପୀଠରେ ନିଶାମୁକ୍ତ ଓଡ଼ିଶା ସଚେତନତା ସଭା

ରଜକବି ରାଧାମୋହନ ବିଦ୍ୟାପୀଠରେ ନିଶାମୁକ୍ତ ଓଡ଼ିଶା ସଚେତନତା ସଭା

ଚିକିଟି , ୨୧/୮: ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ କେ. ନୂଆଗାଁ ଥାନା ପକ୍ଷରୁ ରଜକବି ରାଧାମୋହନ ବିଦ୍ୟାପୀଠରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। କେ. ନୂଆଗାଁ ଥାନା ଇନ୍ସପେକ୍ଟର ବିଶ୍ୱଜିତ୍ ନାୟକ, ଏସ୍‌ଆଇ ଗୌତ୍ତମ ସାହୁ, ଟୁକୁନା ସ୍ୱାଇଁ, ଏଏସ୍‌ଆଇ ସୁବାସ ଚନ୍ଦ୍ର ବାୟକଙ୍କ ସମେତ ଥାନାର କର୍ମଚାରୀମାନେ ଏଥିରେ ଯୋଗଦେଇଥିଲେ।

ସଭାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟର କୁପ୍ରଭାବ ଏବଂ ଏହାର ସାମାଜିକ ଓ ବ୍ୟକ୍ତିଗତ ପରିଣାମ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଅବସରରେ ପିପିଟି ଓ ଭିଡିଓ ପ୍ରଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନିଶାଠାରୁ ଦୂରେଇ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ବାର୍ତ୍ତା ଦିଆଯାଇଥିଲା।

ବିଦ୍ୟାଳୟର ଶିକ୍ଷକ ତ୍ରିପତି ପ୍ରଧାନ ଓ ସୁଧୀର ପ୍ରଧାନ ନିଶାର କୁପରିଣାମ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଶିକ୍ଷକ ଶ୍ରୀତମ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ତ୍ରିପତି ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *