ସଂସ୍କୃତ ସମ୍ଭାଷଣ ପ୍ରଶିକ୍ଷଣ ବର୍ଗ ଉଦ୍ଘାଟିତ
ସଂସ୍କୃତ ସମ୍ଭାଷଣ ପ୍ରଶିକ୍ଷଣ ବର୍ଗ ଉଦ୍ଘାଟିତ
ବ୍ଯାସନଗର ଅଦ୍ଯ ତା ୨୧/୦୮/୨୦୨୬ ଶୁକ୍ରବାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ମଧୁସୂଦନ ନଗରର ସଭା ଗୃହରେ ଦଶଦିନାତ୍ମକ ସଂସ୍କୃତ ସମ୍ଭାଷଣ ପ୍ରଶିକ୍ଷଣ ବର୍ଗ ଉଦ୍ଘାଟିତ ହୋଇଯାଇଛି। ଅମୃତ ବାଣୀ ସେବା ପ୍ରତିଷ୍ଠାନ, ବାଲେଶ୍ୱର, ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ, ଯାଜପୁର ରୋଡ଼ ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ମଧୁସୂଦନ ନଗର ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ ବର୍ଗ କୁ ମୁଖ୍ୟ ଅତିଥି ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ଚରଣ ମାଝୀ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ଏନସିସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ତା ୨୧/୦୮/୨୦୨୬ ରୁ ୩୦/୦୮/୨୦୨୬ ପର୍ଯ୍ୟନ୍ତ ଦୀର୍ଘ ଦଶଦିନ ଉଭୟ ମହାବିଦ୍ୟାଳୟ ଓ ସରସ୍ୱତୀ ବିଦ୍ୟା ମନ୍ଦିରରେ ଚାଲୁରହିବ। ଶିବିର ଅଧ୍ୟାପକ ଜୟପ୍ରକାଶ ଶାସ୍ତ୍ରୀ ଓ ନାରାୟଣ ସମାଇ ୧୦ ଦିନ ଧରି ଶିବିର ପରିଚାଳନା କରିବେ। ଏଥିରେ ଉଭୟ ମହାବିଦ୍ୟାଳୟ ଓ ସରସ୍ୱତୀ ବିଦ୍ୟା ମନ୍ଦିର ର ୧୫୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ପ୍ରତ୍ୟେକ ଦିନ ୨ଘଣ୍ଟ କରି ଶିବିର ଚାଲିବ।

୧୦ ଦିନ ଅର୍ଥାତ୍ ୨୦ ଘଣ୍ଟା ମଧ୍ୟରେ ଯେକୌଣସି ବ୍ୟକ୍ତି ସଂସ୍କୃତ ରେ ନିରର୍ଗଳ ବାର୍ତ୍ତାଳାପ କରିପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ମାଝୀ ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି ।ଆଜିର ଉଦ୍ଘାଟନୀ ଉତ୍ସବରେ ସଭାପତିତ୍ୱ କରିଥିଲେ ବିଦ୍ୟାମନ୍ଦିର ର ପ୍ରଧାନ ଗୁରୁଜୀ ସୁବ୍ରତ କୁମାର ବେହେରା। ସମ୍ମାନିତ ଅତିଥି ଭାବେ ସଂସ୍କୃତ ବିଭାଗ ର ଅଧ୍ୟାପକ ଅଜୟ କୁମାର ପଣ୍ଡା ଓ ସସ୍ମିତା ସ୍ବାଇଁ ଯୋଗଦାନ କରିଥିଲେ। ଶେଷରେ ବିଦ୍ୟାମନ୍ଦିର ପରିଚାଳନା ପରିଷଦ ର ଯୁଗ୍ମ ସମ୍ପାଦକ ଶ୍ରୀ ବସନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସୁନୀଲ୍ ପଣ୍ଡା, ଶଙ୍କର୍ଷଣ ଶତପଥୀ, ଜୟଦିନୀ ଚିନାରା, ସୁମିତା ରାଉତ, ଇତିଶ୍ରୀ ସାହୁ,ଶାସ୍ବତିକା ନାୟକ ଓ ପଦ୍ମାଳୟା ନନ୍ଦ ପ୍ରଭୃତି ଗୁରୁଜୀ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
