ନିଳିମାରାଣି ସମଗ୍ର ନାରି ଯାତି ପାଇଁ ଏକ ଜ୍ୱଳନ୍ତ ଉଦାହରଣ

ନିଳିମାରାଣି ସାମନ୍ତ ଙ୍କ ର 95 ତମ ଜନ୍ମତ୍ସୋବ ରେ ମୁଖ୍ୟ ଅତିଥି ଭାବେ ଓଡିଶା ମାନବାଧିକାର ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଯୋଗଦେଇ କହିଥିଲେ ଯେ ନୀଳିମା ରାଣୀ ସାମନ୍ତ ଙ୍କ ପାଇଁ ଆଜି କଲରାବାଙ୍କ ସ୍ମାର୍ଟ ପରିଣିତ ହୋଇପାରିଛି. ଏଥିରେ କିଟ୍, କିସ୍,କିମସ୍ ଓ କଲରାବାଙ୍କ ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଯୋଗ ଦେଇ କହିଲେ ଯେ ମା ନିଳିମାରାଣି ସବୁବେଳେ କହୁଥିଲେ ଯେ ତୁ ସହରରେ ଯାହା କରୁଛୁ କର କିନ୍ତୁ କଲରାବାଙ୍କ ଗ୍ରାମକୁ ସ୍ମାର୍ଟ ଗ୍ରାମରେ ପରିଣତ କର ବୋଲି ସବୁବେଳେ କହୁଥିଲେ.ମୁଖ୍ୟ ପୁରୋଧା ଭାବେ କିଟ୍ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ବାବା ରାମନାରାୟଣ ଦାସ ମହାରାଜ, ବରେଣ୍ୟ ଅତିଥି ଏବଂ କିଟ୍ ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ଡାଃ ସି ବି କେ ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ନୀଳିମା ଦେବି ତ୍ୟାଗ ଓ କ୍ଷମା ର ଓ କର୍ମବାଦର ପ୍ରତୀକ ବୋଲି କହିଥିଲେ. କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଇତି ସାମନ୍ତ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ, ବରିଷ୍ଠ ସାମ୍ବାଦିକ ତଥା ଡାଃ ଅଚ୍ୟୁତ ସାମନ୍ତ ଙ୍କ ବାଲ୍ୟ ବନ୍ଧୁ ବିଜୟ କୁମାର ସ୍ଵାଇଁ,ଚାରିଟେବୁଲ ଟ୍ରଷ୍ଟ ର ଅଧ୍ୟକ୍ଷ ଅନ୍ତର୍ଯ୍ୟାମି ସାମନ୍ତ, ରବିନାରାୟଣ ସାମନ୍ତ, ଏହି ଅବସରରେ ସୁନାମଧନ୍ଯ Dr ସି ବି କେ ମହାନ୍ତି ବରଗଡ଼ ଆଦର୍ଶ ମହିଳା ଚାଷୀ ଶ୍ରୀମତୀ ରାମବାଇ ଦାସ ଙ୍କୁ ମାନପତ୍ର ଓ ଉପଢ଼ୌକନ ସହିତ ପଚାଶ ହଜାର ଟଙ୍କା ଚେକ୍ ପ୍ରଦାନ କରିଥିଲେ ଶେଷରେ ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନୃତ୍ୟ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା. ଏହି ଅବସରରେ ନୀଳିମା ରାଣୀ ପାଠାଗାର, ଜିମ୍, ଭୋଜନାଳୟ, କାଫେ ଓ ଆର୍ଟି ଫିସିଆଲ୍ ଇଣ୍ଟିଲିଜେନ୍ସ ଅତିଥିମାନେ ଉଦଘାଟନ କରିଥିଲେ

Leave a Reply

Your email address will not be published. Required fields are marked *