ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତି ମାନଙ୍କ ଆତ୍ମାର ସଦଗତି ପାଇଁ ଶୋକସଭା, ନିରବ ପ୍ରାର୍ଥନା ଓ କ୍ୟାଣ୍ଡେଲ ରାଲି

ଭୁବନେଶ୍ୱର- ଆଜି ଲୋୟର ପିଏମଜୀରେ ଧନ୍ଦା ମୂଳକ ପ୍ରଶିକ୍ଷକ ମାନଙ୍କର ଶାନ୍ତିପୁର୍ଣ୍ଣ ଧାରଣା ଆଜି ଷଷ୍ଠ ଦିନରେ ପହଂଚି ଥିବାବେଳେ ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ବିଧାନସଭା ସମ୍ମୁଖରେ ଏକ ବିଶାଳ ରାଲିର ଆୟୋଜନ ହେବାର ଥିଲା। କିନ୍ତୁ ଗତକାଲି ସନ୍ଧ୍ୟାରେ ବାହାନଗା ଠାରେ ଘଟି ଯାଇଥିବା ମର୍ମନ୍ତୁଦ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ସହ ସହ ଯାତ୍ରୀ ମାନଙ୍କ ଅକାଳ ବିୟୋଗ ଓ ବହୁ ଯାତ୍ରୀ ଆହତ ହୋଉ ଚିକିତ୍ସିତ ହେଉଥିବା ଯୋଗୁଁ ସବୁ କାର୍ଯ୍ୟକ୍ରମ ବାତିଲ କରି ଭୋକେସନାଲ ଟ୍ରେନର ମହାସଂଘ ତରଫରୁ ସନ୍ଧ୍ୟାରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ଆତ୍ମାର ସଦଗତି ପାଇଁ ଶୋକ ସଭା କରି ନିରବ ପ୍ରାର୍ଥନା କରାଯାଇଥିଲା ଏବଂ କ୍ୟାଣ୍ଡେଲ ଜାଳି ଚିକିତ୍ସିତ ଲୋକମାନଙ୍କ ଆସୁ ଆରୋଗ୍ୟ କାମନା କରାଯାଇଥିଲା। ଆମ ଧାରଣା ଚାଲୁ ରହିବ ଆଜି ରାଷ୍ଟ୍ରୀୟ ଶୋକ ପାଳନ ହେଉଥିବାରୁ, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପାଳୁ ଥିବାରୁ ଆଜି ଆମେ ମଧ୍ୟ ଶୋକ ଦିବସ ପାଳନ କରୁଛୁ, ଆମ ସଙ୍ଘ ତରଫରୁ ଗତ କାଲି ମାନ୍ୟବର ଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଜନ୍ମ ଦିବସରେ ବାରିପଦା ଠାରେ ରକ୍ତ ଦାନ କରିଥିଲୁ ଯଦି ଟ୍ରେନ ଦୁର୍ଘଟଣାରେ ଚିକିତ୍ସିତ ଲୋକ ମାନଙ୍କ ପାଇଁ ଆଉ ରକ୍ତ ଆବଶ୍ୟକ ପଡେ ଆମ ସଙ୍ଘ ରକ୍ତ ଦେବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ସଙ୍ଘର ରାଜ୍ୟ ସଭାପତି ସୁନୀଲ କୁମାର ଦେବତା। ଆମେ ଗତକାଲିର ଦୁଖଦଃ ଘଟଣା ପାଇଁ ବହୁତ ଦୁଃଖିତ ଆମର ଧାରଣା ଚାଲୁ ରହିବ ସରକାର ଆମ ପ୍ରତି ଶୁଭ ଦୃଷ୍ଟି ଦିଅନ୍ତୁ, ଆମଚାକିରୀର ସ୍ଥାଇତ୍ୱ, ନୂତନ ଜବ ପଲିସୀ, ମାଟରନିଟି ଲିଭ ସହ ଅନ୍ୟ ଶିକ୍ଷକଙ୍କ ଭଳି ସମାନ ସୁବିଧା ଦରକାର ବୋଲି କହିଛନ୍ତି ସଙ୍ଘର ଉପଦେଷ୍ଟା ସୁବର୍ଣ୍ଣ କୁମାରୀ ଖିଲେ। ସଙ୍ଘର ଆଇଟି ସେଲ ମୁଖ୍ୟ ସୁବାଶିଷ ମହାପାତ୍ର ଓ ମୁଖପାତ୍ର ଜ୍ଞାନ ରଞ୍ଜନ ମହାପାତ୍ର ମଧ୍ୟ ଶୋକ ପାଳନ ସହ ସଙ୍ଘର କାର୍ଯ୍ୟକ୍ରମ ଓ ଦାବି ପୂରଣ ବିଷୟରେ ମତାମତ ରଖିଥିଲେ।

ରିପୋର୍ଟ- ବିଜୟ ନନ୍ଦ, ଭୁବନେଶ୍ୱର।

Leave a Reply

Your email address will not be published. Required fields are marked *