ୟୁଥ ହଷ୍ଟେଲ ଠାରେ ” ଉଇ ଟୁଗେଦର” (
ପୁରୀ ତା ‘06.09.2026 ରିଖ ରବିବାର ଦିନ ସ୍ଥାନୀୟ ୟୁଥ ହଷ୍ଟେଲ ଠାରେ ” ଉଇ ଟୁଗେଦର” (We Together)ଅନୁଷ୍ଠାନ ପକ୍ଷରୁ ପ୍ରଥମଥର ପାଇଁ ଶ୍ରୀକ୍ଷେତ୍ର କ୍ରିଏଟର ସମ୍ମାନ ମହାସମାରୋହ ରେ ଆୟୋଜିତ ହୋଇଯାଇଛି ପନ୍ଦର ଟି ବିଭାଗ ର ପ୍ରାୟ 19 ଜଣ କ୍ରିଏଟର ଙ୍କୁ ଏଥିରେ ସମ୍ମାନିତ କରାଯାଇଛି। ଏହି,ଉଦ୍ଘାଟନୀ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୁରୀ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀଯୁକ୍ତ ଚନ୍ଦନ ପଣ୍ଡା, ମାହାରୀ ନୃତ୍ୟଶିଳ୍ପୀ ଗୁରୁ ଶ୍ରୀମତୀ ରୂପଶ୍ରୀ ମହାପାତ୍ର, ଏବଂ ପ୍ରିୟପତ୍ର ର ସମ୍ପାଦକ ଶ୍ରୀଯୁକ୍ତ ବିପିନ ବିହାରୀ ଦଳାଇ। ଏହି ସମାରୋହ କୁ ସମ୍ବୋଧିତ କରି ଶ୍ରୀ ଆଚାର୍ଯ୍ୟ କହିଥିଲେ ଜେନଜୀ ମାନେ ଆଧ୍ୟାତ୍ମିକ ଆଡକୁ ଅଗ୍ରସର ହୋଇ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଓଡ଼ିଆ ପରମ୍ପରା ଏବଂ ସଂସ୍କୃତି
ଆହୁରି ସଂବୃଦ୍ଧ କରିବା ବାସ୍ତବିକ ପ୍ରଶଂସନୀୟ ମାନ୍ୟବର ସାଂସଦ କହିଥିଲେ ଯେ, ଆଗାମୀ ସମୟରେ ଏକ ବିକଶିତ ରାଷ୍ଟ୍ର କୁ ନିର୍ମାଣ କରିବାକୁ ହେଲେ କେଉଁଭଳି ଭାବରେ ଆମକୁ ଆଜିଠୁ ପରିଶ୍ରମ କରିବାକୁ ହେବ କେବଳ ଗୋଟିଏ ଦିଗରେ ନୁହେଁ ବିଭିନ୍ନ ଦିଗରେ କାମ କରିବାର ଇଚ୍ଛା କୁ ଦୃଢ଼ୀଭୂତ କରିବାକୁ ହେବ। “ଉଇ ଟୁଗେଦର”ର ମୁଖ୍ୟ ପ୍ରତିଷ୍ଠାତା ଯୁବ ଉଦ୍ୟୋଗୀ ତଥା ମହାପ୍ରଭୁ ଙ୍କ ସେବାୟତ ଶ୍ରୀ ଆଦିତ୍ୟ ଅରଜିତ ମହାପାତ୍ର ଅନୁଷ୍ଠାନ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ ସୁଶ୍ରୀ ସର୍ବାଣୀ ଦାସ ଏବଂ ଶ୍ରୀମତୀ ପ୍ରବାସିନୀ ମିଶ୍ର।କବୀ ତୃପ୍ତି ପଣ୍ଡା, ପ୍ରତିଭା ଦାସ, ସୁଦୀପ୍ତା ମିଶ୍ର, କୀର୍ତ୍ତି, ପ୍ରିୟଙ୍କା ଏବଂ ଆଦିତ୍ୟ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲା ବେଳେ ଅନୁଷ୍ଠାନ ର ମୁଖ୍ୟ ସଂଯୋଜକ ଓମକାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
