ଗୋପରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଗୋପରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୯୭ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ଗୋପ – ପୁରୀ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଗୋପ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ପୂର୍ବାହ୍ନରେ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୧୦ ଜଣ ହିତାଧିକାରୀ ପଞ୍ଜିକରଣ କରିଥିବା ବେଳେ ୯୭ ଜଣ ବିଭିନ୍ନ ବର୍ଗର ଭିନ୍ନକ୍ଷମ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି।

ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମମତା ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ଗୋପ ବିଡ଼ିଓ ତଥା ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ଅଧ୍ୟକ୍ଷା ଝୁନୁ ମଲ୍ଲିକ, ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟକ, ଅତିରିକ୍ତ ବିଡିଓ ଦୀପକ ଜେନା, ବ୍ଳକ ବରିଷ୍ଠ କର୍ମଚାରୀ ବୀରେନ ମହାନ୍ତି, ମୋହନ ଦାଶ ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ମାନକୁ ସହଯୋଗ କରିଥିଲେ। ପୁରୀ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ବିଭିନ୍ନ ବିଭାଗର ଡାକ୍ତର ମାନଙ୍କ ପରୀକ୍ଷା ନିରୀକ୍ଷା ପରେ ଅସ୍ଥିଶଲ୍ୟ ରୁ ୪୫ ଜଣ, ନାଶା, ଗଳା, କାନ ଓ ଚକ୍ଷୁ ନିମନ୍ତେ ୧୫ ଜଣ, ମାନସିକ ଅ ବୁଦ୍ଧିଗତ କାରଣରୁ ୧୬ ଜଣ ଓ ଭେଷଜ ନିମନ୍ତେ ୩ ଜଣଙ୍କୁ ମିଶାଇ ସର୍ବମୋଟ ୯୭ ଜଣ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଭିନ୍ନକ୍ଷମ କାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଯୋଗ୍ୟ ବିବେଚିତ ବ୍ୟକ୍ତିବିଶେଷ ମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମେଡିକାଲ ମାଧ୍ୟମରେ ଯୋଗାଇ ଦିଆଯିବ। ପରେ ଉପଯୁକ୍ତ ଯୋଗ୍ୟ ଭିନ୍ନକ୍ଷମ ମାନଙ୍କୁ ରାଜ୍ୟ ସରକାରଙ୍କ ସାହାଯ୍ୟ, ସହାୟତା, ଆନୁଷଙ୍ଗିକ ଭତ୍ତା, ଉପକରଣ ସହ ବିଭିନ୍ନ କ୍ଷେତ୍ରରେ ସେମାନେ ଅନେକ ସୁବିଧା ସୁଯୋଗ ପାଇ ପାରିବେ ବୋଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମମତା ଜେନା କହିଛନ୍ତି। ଏହି ସାମର୍ଥ୍ୟ ଶିବିରରେ ବିଭାଗ ତରଫରୁ ଭିନ୍ନକ୍ଷମ, ଅବିଭାବକ ଓ ସମସ୍ତ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଛାୟା ନିମନ୍ତେ ଟେଣ୍ଟ ବ୍ୟବସ୍ଥା, ସହାୟକ ପାଇଁ ସ୍ୱେଚ୍ଛାସେବୀ ମୁତୟନ, ପାନୀୟ ଜଳ ଓ ଖାଦ୍ୟ ବ୍ୟବସ୍ଥା ଆଦିର ସୁ ବନ୍ଦୋବସ୍ତ କରାଯାଇଥିଲା।
