ବସନ୍ତ ମଞ୍ଜରୀ ଫାଉଣ୍ତେସନ ପକ୍ଷରୁ ଜ୍ଞାନ ଜ୍ଯୋତି ସମ୍ମାନ ପ୍ରଦାନ

,ସମ୍ବର୍ଦ୍ଧିତ ହେଲେ ୧୧ ପ୍ରତିଭାବାନ୍ ଶିକ୍ଷାବିତ୍ ଆନନ୍ଦପୁର ଘସିପୁରା, ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବସନ୍ତ ମଞ୍ଜରୀ ଫାଉଣ୍ଡେସନ ପକ୍ଷରୁ ଅଳତି ପଞ୍ଚାୟତ ସଭାଗୃହରେ ପବିତ୍ର ଗୁରୁଦିବସ ଅବସରରେ ପୂଜ୍ଯପୂଜା ସମାରୋହ ଅନୂଷ୍ଠିତ ହୋଇଛି।ଜୀବନ ବ୍ଯାପି ଶିକ୍ଷାଦାନ ଭଳି ମହତ କାର୍ଯ୍ଯରେ ବ୍ରତି ରହି ସୁନାଗରିକ ଗଠନ ରେ ନିଜକୁ ସମର୍ପିତ କରିଥିବା ୧୧ ଜଣ ସେବା ନିବୃତ୍ତ ଶିକ୍ଷକଙ୍କୁ ” ଜ୍ଞାନଜ୍ୟୋତି ସମ୍ମାନ”ରେ ସମ୍ମାନୀତ କରାଯାଇଛି।ସ୍ଥାନିୟ ଡିଏନ ବିଦ୍ଯାପୀଠର ପ୍ରଧାନ ଶିକ୍ଷକ ସୁରେନ୍ଦ୍ରନାଥ ଜେନାଙ୍କ ସଭାପତିତ୍ବରେ ମୂଖ୍ଯ ଅତିଥି ଭାବେ କବି ପ୍ରଫୁଲ୍ଲକୁମାର ଚକ୍ର , ଫାଉଣ୍ଡେସନର ଟ୍ରଷ୍ଟି ସମାଜସେବୀ ଡ. ରତିକାନ୍ତ ବରାଳ, ଅଳତି ସରପଞ୍ଚ ପ୍ରିୟବ୍ରତ ବରାଳ ,ସମିତିସଭ୍ଯା ଖୁଲଣା ସେଠୀ ପ୍ରମୂଖ ଯୋଗଦେଇ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ରରେ ପୁପ୍ପମାଲ୍ୟ ଦେବା ସହ ପ୍ରଦିପ ପ୍ରଜ୍ୱଳନ କରି ସମ୍ବର୍ଦ୍ଧନା ସଭାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।ଶିକ୍ଷକ ଏବଂ ଶିକ୍ଷାତନ ମଣିଷ ତିଆରି କାରାଖାନା ଏବଂ ଶିକ୍ଷା ଓ ଶିକ୍ଷକ ସମାଜ ପାଇଁ ବରଦାନ ବୋଲି ଅତିଥି ମାନେ ଅଭିଭାଷଣରେ କହିଥିଲେ ।ବସନ୍ତ ମଞ୍ଜରୀ ଫାଉଣ୍ତେସନ ପ୍ରତ୍ଯକ ବର୍ଷ ପୂଜ୍ଯପୂଜା ତଥା ଗୁରୁ ପୂଜନ କାର୍ଯ୍ଯକ୍ରମ ଜାରି ରଖିଥିବାରୁ ଏଭଳି ନିଆରା ପ୍ରୟାସକୁ ଅତିଥି ମାନେ ଭୂୟୀୟସି ପ୍ରଶଂସା କରିଥିଲେ । ଚଳିତ ବର୍ଷ “ଜ୍ଞାନ ଜ୍ଯୋତି” ସମ୍ମାନରେ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ମଧ୍ଯରେ ଅଳତି ପଞ୍ଚାୟତର ନୃସିଂହ ମଲ୍ଲିକ,ଗୋବିନ୍ଦ ମହାରଣା, ବିଶିକେଶନ ରାଉତ ,ଘନଶ୍ୟାମ ବୋଇତେଇ,ତ୍ରୀଲୋଚନ ରାଉତ, ମଣିଚରଣ ରାଉତ,ରବିନ୍ଦ୍ର ତୀପାଠୀ ସେହିପରୀ ଗଡବାନ୍ଧଗୋଡା ପଞ୍ଚାୟତର ସୋମନାଥ ମାଝୀ,ଦେଓଗାଁର ଅନନ୍ତଚରଣ ରାଉତ,ପୁରୁଣାବାନ୍ଧଗୋଡାର ବୈଷ୍ଣବ ସେନାପତି ଏବଂ ଭୂବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର ଦରଦୀକବି ଡ.ପ୍ରଫୁଲ କୁମାର ବରାଳଙ୍କୁ ପୁଷ୍ପଗୂଛ ,ମାନପତ୍ର ସହ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ବିଷ୍ଣୂନାରାୟଣ ସାମଲ ସଭାମଞ୍ଚ ପରିଚାଳନା କରିଥିବା ବେଳେ ସମାଜସେବୀ ପ୍ରଶନ୍ନକୁମାର ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ଜିତେନ୍ଦ୍ର ଓଝା ନିମନ୍ତ୍ରୀତ ଅତିଥି ଏବଂ ସଭାରେ ଉପସ୍ଥିତ ଶିକ୍ଷାବିତ୍ ,ଗ୍ରାମବାସୀ ଓ ମିଶନଶକ୍ତିର ମା’ ମାନଙ୍କୁ ଧନ୍ଯବାଦ ପ୍ରଦାନ କରିଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ଗତିକୃଷ୍ଣ ଭୂୟାଁ,ଆଦିତ୍ଯ ନାୟକ,ଦିପକକୁମାର ଭୂୟାଁ,ସତ୍ଯବ୍ରତ ରାଉଳ,ଦେବାନନ୍ଦ ମହାରଣା,ଦିପକ ଧଳ,ନିର୍ମଳ ନାୟକ ପ୍ରମୂଖ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *