ହଟିଆ ଠାକୁର”

“ହଟିଆ ଠାକୁର”
ରଜନୀକାନ୍ତ ରଥ, ରାଜନଗର

କେତେ ମାୟା ଲଗାଇଛ ଆହେ
ହଟିଆ ଠାକୁର।
ଜନମ ନେଲ ମା ଦେବକୀ ଗର୍ଭରୁ
ହେଲ ତୁମେ ମା ଯଶୋଦା ର
ନନ୍ଦ ଘରେ ଧୂଳି ଖେଳ କଲ
କେତେ ମାୟା ଭିଆଇଲ
ଲବଣୀ ଚୋର ନାମ ଯେ ବହିଲ
ଗୋପାଙ୍ଗନା ମନ ଚୋରି କଲ
ଗୋପୀ ବସ୍ତ୍ର ହରଣ କରିଲ
ପୁତନlର ପରlଣ ହରିଲ
କେତେ ଯେ ରାକ୍ଷସ ମାରିଲ
କଁସlସୁର ବିନାଶ କରିଲ
କୁବୁଜା ଦୁଃଖ ଦୂରିତ କରିଲ
ସୁଦାମା ର ଦାରିଦ୍ର୍ୟ ହରିଲ
ଦ୍ରୌପଦୀ ର ମାନ କୁ ରଖିଲ
ଭାରତ ଯୁଦ୍ଧେ ଧର୍ମକୁ ସ୍ଥାପିଲ
ପାର୍ଥ ରଥେ ସାରଥୀ ସଜିଲ
ପଣ୍ଡୁ ଙ୍କ ଦୁଃଖକୁ ହାରିଲ
ଚକ୍ର ପେସି ନରକ ନାଶିଲ
ରାବଣ କୁ ବିନାଶ କରିଲ
ଅହଲ୍ୟା ର କଷଣ ହରିଲ
ତୁମ୍ଭ ପାଦ କୈବର୍ତ୍ତ ଧୋଇଲା
ପତିତପାବନ ନାମକୁ ବହିଲ
ଶବରୀ ର ଅଇଁଠା ଖାଇଲ
ଦାସିଆ ର ନଡ଼ିଆକୁ ନେଲ
ବାଲି ରଥେ ଅଟକି ରହିଲ
ଭକ୍ତ ଡାକ କର୍ଣ୍ଣ ରେ ଶୁଣିଛ
ଦଶ ଅବତାର ନେଇ ତୁମ୍ଭେ
ସନ୍ଥ ପାଳି ଦୁଷ୍ଟକୁ ମାରିଛ
ପତିତ ତlରଣ କରି
ପତିତପାବନ ନାମକୁ ବହିଛ।

Leave a Reply

Your email address will not be published. Required fields are marked *