ରଥଯାତ୍ରା ରେ ନିୟୋଜିତ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା
ରଥଯାତ୍ରା ରେ ନିୟୋଜିତ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା।
ପୁରୀ ୨୮/୭ ଚଳିତ ରଥଯାତ୍ରା ଶୃଙ୍ଖଳାର ସହ ସମାପନ ହୋଇ ଥିବାରୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।ଏହି ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ଦାୟିତ୍ୱ ନିର୍ବାହ ପାଇଁ ଆସିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲା ରୁ ଆସିଥିବା ପ୍ରଶାସନିକ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡା ମହାପ୍ରଭୁଙ୍କ ଶୁଖିଲା ଭୋଗ ଦେଇ ସମ୍ବର୍ଦ୍ଧିତ କରିଥିଲେ।ରଥଯାତ୍ରା ଭଳି ଏକ ବିପୁଳ ଜନ ଗହଳି ପୂର୍ଣ୍ଣ କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରୀ ବା ମାଜିଷ୍ଟ୍ରେଟ ମାନଙ୍କ ର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ।ସେମାନେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କୁ ମହାପ୍ରଭୁଙ୍କ ପ୍ରତି ସେବା ଭାବି କାର୍ଯ୍ୟ କରିଛନ୍ତି।ତେଣୁ ସେମାନ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାପାଳ ଶ୍ରୀ ପରିଡା।ଜିଲ୍ଲା ଏସ ପି ପ୍ରତୀକ ସିଂ,ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା ପରସ୍ପର ସମନ୍ୱୟ ଓ ସମନ୍ବିତ ଉଦ୍ୟମ ଦ୍ଵାରା ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଛି ବୋଲି କହିବା ସହ ସମସ୍ତ ଅଧିକାରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତ ଙ୍କୁ ସ୍ବାଗତ କରିବା ସହ ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ସହ ବିଭିନ୍ନ ବିଭାଗ ରୁ ଆସିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ,ବିଭିନ୍ନ ଜିଲ୍ଲା ରୁ ଆସିଥିବା ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ରଥଯାତ୍ରା ପରିଚାଳନା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ।
